ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର (Gopalpur Beach Festival) ତୃତୀୟ ସନ୍ଧ୍ୟା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତୃତୀୟ ରଜନୀ ରହିଥିଲା ବେଶ ଚିତାକର୍ଷକ । ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ବେଶ ମଜା ନେଇଥିଲେ ଦର୍ଶକ ।
ଏହା ମଧ୍ୟ ପଢ଼ନ୍ତୁ:Hockey World Cup: ବିଶ୍ବକପ ପାଇଁ ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ୍
ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ବଲିଉଡର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ କମେଡି ନାଇଟ୍ । ତାଙ୍କ କମେଡିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ । ସୁଥି ଚରିତ୍ରରେ ବେଶ ପରିଚିତ ସୁନିଲ ମହିଳା ବେଶରେ ମଞ୍ଚକୁ ଆସିବା କ୍ଷଣି ଦର୍ଶକଙ୍କ କର ତାଳିରେ କମ୍ପି ଉଠିଥିଲା ମହୋତ୍ସବ । ସେହିପରି ଭି.କମ୍ପାନୀ ଓ ରାପର୍ ବିଗ୍ ଡିଲଙ୍କ କମାଲ୍ ଦେଖିବାକୁ ମିଳିଥିଲା । ଏପରିକି ଇଣ୍ଡିଆନ୍ ଗଟ୍ ଟ୍ୟାଲେଣ୍ଡ ସୋର ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ଆକର୍ଷଣୀୟ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ କଲିକତାରୁ ଆସିଥିବା କଳାକାରଙ୍କ ପୁରଲିଆ ଛଉ ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ ବିଭିନ୍ନ ନୃତ୍ୟ ବେଶ ଆକର୍ଷଣୀୟ ରହିଥିଲା ।