ଓଡିଶା

odisha

ETV Bharat / state

ସରକାରୀ ସହାୟତା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା - ସରକାରୀ ସହାୟତା ଦାବି

କୋରୋନା ମହାମାରୀରେ ସାରା ଦେଶ ଲକଡ଼ାଉନ ଥିବାବେଳେ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚୋପରା ଗ୍ରାମର ମହିଳାମାନେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିବା ବେଳେ ମହିଳାମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଅଧିକ ପଢନ୍ତୁ...

the-woman-took-to-the-streets-to-demand-government-help
ସରକାରୀ ସହାୟତା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

By

Published : May 6, 2020, 5:11 PM IST

ଭଞ୍ଜନଗର: କୋରୋନା ମହାମାରୀରେ ସାରା ଦେଶ ଲକଡ଼ାଉନ ଥିବାବେଳେ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଚୋପରା ଗ୍ରାମର ମହିଳାମାନେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଥିବା ବେଳେ ମହିଳାମାନେ ନିଜ ଜିଦରେ ଅଟଳ ରହିଛନ୍ତି । ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ।

ସରକାରୀ ସହାୟତା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ଲକଡାଉନ କାରଣରୁ ମହିଳା ମାନଙ୍କ ପରିବାରର ରୋଜଗାର ନାହିଁ । ଏପରିକି ଅନେକ ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ରୋଜଗାର ନ ଥିବାରୁ ସେମାନେ ଘରକୁ ଟଙ୍କା ପଠାଇ ପାରୁନାହାନ୍ତି । ଫଳରେ ପରିବାରଙ୍କ ସମସ୍ୟା ବଢିଯାଇଛି । ଏପରି ସ୍ଥିତିରେ ସେମାନଙ୍କ ପାଖରେ ରାସନ କାର୍ଡର ସୁବିଧା ବି ସରକାରୀ ସହାୟତା କିଛି ପହଞ୍ଚିପାରୁନାହି । ଫଳରେ ମହିଳାମାନେ ଅସୁବିଧା ଭୋଗୁଛନ୍ତି । ଏପରିକି ଭୋକ ଉପବାସରେ 40 ଦିନ ହେଲା ରହିଥିବା ସେମାନେ ଅଭିଯୋଗ କରିଛନ୍ତି ।

ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ମହିଳାମାନେ ପ୍ରକାଶ କରିଛନ୍ତି । ଜଗନ୍ନାଥପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ପ୍ରଖର ଖରାରେ ମହିଳାମାନେ ପ୍ରତିବାଦ ଜାରି ରଖିଛନ୍ତି । ସହାୟତା ପାଇଁ ପ୍ରତିଶ୍ରୁତି ମିଳିଲେ ସେମାନେ ହଟିବେ ବୋଲି ଜିଦ ଧରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details