ଭଞ୍ଜନଗର : ପ୍ରଶାସନର ନାଲି ଆଖିର ଆକ୍ରୋଶର ଶିକାର ହୋଇଛନ୍ତି ସାମ୍ବାଦିକ ତଥା ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । ବଡ଼ ଖବର ସମ୍ପାଦକଙ୍କୁ ଗିରଫ ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରେସକ୍ଲବ ତରଫରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫ ପ୍ରସଙ୍ଗ: ଭଞ୍ଜନଗର ସାମ୍ବାଦିକ ସଂଘର ପ୍ରତିବାଦ - ପ୍ରତିବାଦ କଲା ଭଞ୍ଜନଗର ସାମ୍ବାଦିକ ସଂଘ
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫକୁ ଦୃଢ଼ ନିନ୍ଦା କରିଛି ଭଞ୍ଜନଗର ସାମ୍ବାଦିକ ସଂଘ । ଏପରିକି ଦାବିପତ୍ର ମଧ୍ୟ ପ୍ରଦାନ କରିଛି । ଅଧିକ ପଢ଼ନ୍ତୁ
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କ ଗିରଫକୁ ପ୍ରତିବାଦ କଲା ଭଞ୍ଜନଗର ସାମ୍ବାଦିକ ସଂଘ
ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କ ଗିରଫକୁ ପ୍ରତିବାଦ କଲା ଭଞ୍ଜନଗର ସାମ୍ବାଦିକ ସଂଘ
ପ୍ରଶାସନ ବିରୋଧରେ ଯିଏ ସ୍ୱର ଉତ୍ତୋଳନ କରିବ ସିଏ ସରକାରର ଆକ୍ରୋଶର ଶିକାର ହେବ । ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଜେଲକୁ ପଠେଇ ଦେବେ ଯାହାକି ଅର୍ଦ୍ଧେନ୍ଦୁ ଦାସଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି l ଏବେ କିଛି ବର୍ଷ ହେଲା ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି l ଏଭଳି ଘଟଣାକୁ ଭଞ୍ଜନଗର ସାମ୍ବାଦିକ ସଂଘ ତରଫରୁ ନିନ୍ଦା କରାଯିବା ସହିତ ତୁରନ୍ତ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି କରାଯାଇଛି ।
ଇଟିଭି ଭାରତ, ଭଞ୍ଜନଗର