ଓଡିଶା

odisha

ETV Bharat / state

ବ୍ରହ୍ମପୁରରେ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗ୍ରସ୍ତ କରି ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ମୁଖ୍ୟାଳୟରେ ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର ସମୀକ୍ଷା କରିଛନ୍ତି । ପଢନ୍ତୁ ଅଧିକ....

By

Published : Jan 9, 2021, 10:47 PM IST

ବ୍ରହ୍ମପୁରରେ ସମୀକ୍ଷା ବୈଠକ କଲେ ପୋଲିସ ଡିଜି
ବ୍ରହ୍ମପୁରରେ ସମୀକ୍ଷା ବୈଠକ କଲେ ପୋଲିସ ଡିଜି

ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବ୍ରହ୍ମପୁର ଗ୍ରସ୍ତ କରି ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜ ମୁଖ୍ୟାଳୟରେ ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର ସମୀକ୍ଷା କରିଛନ୍ତି । ଦୁଇ ଜିଲ୍ଲାର ଅପରାଧ ସମୀକ୍ଷା କରିବା ସହ ସାଇବର କ୍ରାଇମ ଏବଂ ଶିଶୁ ନିଖୋଜ ଆଦି ଘଟଣା ଉପରେ ଆଲୋଚନା କରିଥିଲେ ।

ବ୍ରହ୍ମପୁରରେ ସମୀକ୍ଷା ବୈଠକ କଲେ ପୋଲିସ ଡିଜି

ଆଗାମୀ ଦିନରେ ଉଭୟ ଜିଲ୍ଲାର ସମସ୍ତ ସ୍ଥାନରେ ସିସିଟିଭି କିପରି ସଠିକ୍ ଭାବେ କାର୍ଯ୍ୟକାରୀ ହେବ । ସେହିପରି ସାଇବର ଠକେଇ ଏବଂ କ୍ରାଇମକୁ ରୋକାଯାଇପାରିବ ତାକୁ ପ୍ରାଧାନ୍ୟ ଦେଇଛନ୍ତି ଡିଜିପି । ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ଯବ୍ରତ ଭୋଇ, ବ୍ରହ୍ମପୁର ଏସ୍.ପି ପିନାକ ମିଶ୍ର ଏବଂ ଗଞ୍ଜାମ ଏସ୍.ପି ବ୍ରିଜେଶ କୁମାର ରାୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details