ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଛକ ନିକଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଖବର ପାଇ ଗାଙ୍ଗପୁର ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ କିଏ କାହିଁକି ନବଜାତ ଶିଶୁ ପୁତ୍ରର ମୃତଦେହକୁ ରାସ୍ତାକଡ଼ରେ ଫୋପାଡିଛି, ତାହା ଏଯାବତ ଜଣା ପଡ଼ିନାହିଁ ।
ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର - newborn baby boy dead body
ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଛକ ନିକଟରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...
![ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-10100366-thumbnail-3x2-ganjam.jpg)
ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର
ରାସ୍ତାକଡ଼ରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର
ଆଜି(ରବିବାର) ସକାଳ ସମୟରେ ରାସ୍ତାରେ ଯାଉଥିବା ଲୋକେ ଗୋଟିଏ ଲୁଗାରେ ଶିଶୁଟିର ମୃତଦେହ ପଡିଥିବାର ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ