ଓଡିଶା

odisha

ETV Bharat / state

ମାଛ ଧରିବାକୁ ଯାଇ ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର - ମାଛଧରିବାକୁ ଯାଇ ମୃତ ଘଟଣା ଗଞ୍ଜାମ

ତାମ୍ପରା ପାଟକୁ ମାଛ ଧରିବାକୁ ଯାଇ ନିଖୋଜ ଗଞ୍ଜାମ ପାଟପୁରର ଧୀବରଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ...

ମାଛ ଧରିବାକୁଯାଇ ନିଖୋଜଥିବା ଧୀବରଙ୍କ ମୃତଦେହ ଉଦ୍ଧାର
ମାଛ ଧରିବାକୁଯାଇ ନିଖୋଜଥିବା ଧୀବରଙ୍କ ମୃତଦେହ ଉଦ୍ଧାର

By

Published : Nov 3, 2020, 10:36 PM IST

ବ୍ରହ୍ମପୁର: ନିଖୋଜ ଧୀବରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି(ସୋମବାର) ତାମ୍ପରା ପାଟକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇାଇଥିବା ଧିବର ଗୋପାଳଙ୍କ ମୃତଦେହ ଆଜି(ମଙ୍ଗଳବାର) ଉଦ୍ଧାର ହୋଇଛି ।

ମାଛ ଧରିବାକୁଯାଇ ନିଖୋଜଥିବା ଧୀବରଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ତରେଇ ପାଟପୁର ଗ୍ରାମର ଗୋପାଳ ବେହେରା ନିୟମିତ ଭାବେ ତାମ୍ପରାରୁ ମାଛଧରି ବଜାରରେ ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିଲେ । ସୋମବାର ମାଛ ତାମ୍ପରା ପାଟକୁ ଯାଇ ଆଉ ଫେରିନଥିଲେ । ଏନେଇ ଖବର ପାଇ ଛତ୍ରପୁର ଅଗ୍ନିଶମ ବିଭାଗ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣିରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଆଜି ମୃତଦେହ ଉଦ୍ଧାର କରିଛନ୍ତି । ତେବେ ଗୋପାଳ ପାଣି ମଧ୍ୟରେ ମାଛ ଧରିବାକୁ ରହିଥିବା ଜାଲରେ କୌଣସି ଅସାବଧାନତା କାରଣରୁ ଛନ୍ଦିହୋଇ ବୁଡି ଯାଇ ପ୍ରାଣହରାଇଥିବା ଅନୁମାନ କରାଯାଉଛି । ସେପଟେ ଗୋପାଳଙ୍କ ଦେହାନ୍ତ ପରେ ପରିବାରବର୍ଗଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ବାସୀନ୍ଦା ଅନୁରୋଧ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details