ଓଡିଶା

odisha

ETV Bharat / state

ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ - ବ୍ରହ୍ମପୁର ବିଶ୍ବବିଦ୍ୟାଳୟ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାଶଙ୍କ ବିୟୋଗ ଘଟିଛି । ଏହାକୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ପୂର୍ବେ କୋରୋନାରେ ଆକ୍ରାନ୍ତ ହୋଇ ମଙ୍ଗଳବାର ସୁସ୍ଥ ହୋଇ ନିଜ ଗିରିରୋଡ ସ୍ଥିତ ବାସଭବନକୁ ଆସିଥିଲେ ।

ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ
ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ

By

Published : Nov 4, 2020, 2:29 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାଶଙ୍କ ବିୟୋଗ ଘଟିଛି । ଏହାକୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ପୂର୍ବେ କୋରୋନାରେ ଆକ୍ରାନ୍ତ ହୋଇ ମଙ୍ଗଳବାର ସୁସ୍ଥ ହୋଇ ନିଜ ଗିରିରୋଡ ସ୍ଥିତ ବାସଭବନକୁ ଆସିଥିଲେ । ଘରକୁ ସୁସ୍ଥ ହୋଇ ଆସିବା ପରେ ମଧ୍ୟରାତ୍ରରେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ଓ ନିଜ ଘର ବଥରୁମରେ ପଡିଯାଇଥିଲେ ।

ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ

ସୂଚନାଯୋଗ୍ୟ, ହରିହର ଦାଶ ରାଜନୀତି ବିଜ୍ଞାନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପ୍ରଫେସର ରହିଥିବା ବେଳେ ପରବର୍ତ୍ତୀ ସମୟରେ ସେ ବିଭାଗୀୟ ମୁଖ୍ୟ, ପିଜି କାଉନସିଲର ଅଧ୍ୟକ୍ଷ ଠାରୁ ଆରମ୍ଭ କରି ବିଭିନ୍ନ ପଦପଦବୀରେ ରହିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଦୁଇଥର କୁଳପତି ଦାଇତ୍ବ ତୁଲାଇଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୮୨ ବର୍ଷ ହୋଇଥିଲା । ସେ ଜଣେ ଛାତ୍ର ବତ୍ସଲ୍ୟ ରହିଥିବା ବେଳେ ତାଙ୍କ ବିୟୋଗକୁ ନେଇ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀଙ୍କ ଶୋକପ୍ରକାଶ କରିଛନ୍ତି ।

ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ

ପ୍ରଫେସର ହରିହର ଦାଶ ରେଭେନ୍ସା କଲେଜରୁ ଗ୍ରାଜୁଏଟ୍ ପାସ୍ କରିବା ପରେ ଲକ୍ଷ୍ମୌ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯୭୧ ମସିହାରେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସମ୍ବଲପୁରର ଗଙ୍ଗାଧର ମେହର ମହାବିଦ୍ୟାଳୟ ଏବଂ ବିଜେପି କଲେଜରେ କାର୍ଯ୍ୟ କରିଥିଲେ ।

ପୂର୍ବତନ କୁଳପତି ହରିହର ଦାଶଙ୍କ ବିୟୋଗ

୧୯୩୮ ମସିହା ଡିସେମ୍ବର ୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ହରିହର ଦାଶ ଜଣେ ଓଡିଆ ଭାଷାର ସୁଲେଖକ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ପୁସ୍ତକ ଲେଖିଥିବା ଦେଖାଯାଇଛି । ଏପରିକି ଓଡିଶା ପଲିଟିକାଲ ସାଇନ୍ସର ସଭାପତି ଏବଂ ଇଣ୍ଡିଆଲ ପଲିଟିକାଲ ସାଇନ୍ସର ଉପସଭାପତି ଦାୟିତ୍ବ ତୁଲାଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସ୍ବର୍ଗତ ହରିହର ଦାଶ ନିଜର ଅନେକ କାର୍ଯ୍ୟରେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ରାଜନୀତି ବିଭାଗର ମୁଖ୍ୟ ତଥା ଅବସରପ୍ରାପ୍ତ ପ୍ରଫେସର ଡ଼ଃ ବିଷ୍ଣୁଚରଣ ଚୌଧୁରୀ ।

ଅନ୍ୟପଟେ ପ୍ରଫେସର ହରିହର ଦାସଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଫଲଗୁ ପରିବାର ସହ ଦୀର୍ଘ 35 ବର୍ଷ ଧରି ଯୋଡିହୋଇ ଅନୁଷ୍ଠାନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହି ଆସିଛନ୍ତି । ଜଣେ ଆଲୋଚକ ଏବଂ ସମାଲୋଚକ ସାହିତ୍ୟ ମଞ୍ଚର ସେ ଥିଲେ ସର୍ବଶ୍ରେଷ୍ଠ ଆକର୍ଷଣ। ଓଡିଆ ଭାଷା ସାହିତ୍ୟରେ ଦକ୍ଷତା ହାସଲ କରିଥିବା ଯଶସ୍ବୀ ଗାଳ୍ପିକ ହରିହର ଦାସଙ୍କର ବକ୍ତବ୍ୟରେ ଫୁଟି ଉଠୁଥିଲା ସାମାଜିକ ଜୀବନର ଘଟଣା ପ୍ରବାହମାନ ଘଟଣାବଳୀର ବାସ୍ତବ ଚିତ୍ର ଓ ଚରିତ୍ର ।

ମାନବୀୟ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଓ କଳୁଷିତ ରାଜନୈତିକ ଦଶା ଓ ଦିଶାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଅତି ନିର୍ଭୀକ ସ୍ବରରେ ସତକୁ ସତ ଓ ମିଛକୁ ମିଛ ବୋଲି ସ୍ବୀକାର କରିବାରେ ସେ ଦ୍ବିଧା ପ୍ରକାଶ କରୁନଥିଲେ। ଫଲଗୁର ପ୍ରତିଟି ସଂସ୍କରଣର ସେ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଆଜି ତାଙ୍କର ବିୟୋଗରେ ଫଲଗୁ ପରିବାରର ପ୍ରତିଟି ସଦସ୍ୟ ବ୍ୟଥିତ, ମ୍ରିୟମାଣ ଓ ମର୍ମାହତ। ଆଜି ଫଲଗୁ ତରଫରୁ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଡ଼ଃ ସାଗର ରଞ୍ଜନ ତ୍ରିପାଠୀ ଅନ୍ତିମ ଦର୍ଶନ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବରିଷ୍ଠ ସଦସ୍ୟ ପ୍ରଫେସର ସନ୍ତୋଷ କୁମାର ଦାଶ ତାଙ୍କ ଶୋକବାର୍ତ୍ତା ଜଣାଇଛନ୍ତି । ବ୍ରହ୍ମପୁର ଭାଷା ଆନ୍ଦୋଳନର ଆବାହକ ତଥା ଫଲଗୁ ଯୁଗ୍ମ ସମ୍ପାଦକ ଡ଼ଃ ସାଗର ରଞ୍ଜନ ତ୍ରିପାଠୀ ନିଜ ଶୋକ ବାର୍ତ୍ତାରେ ଜଣାଇଛନ୍ତି ଯେ, ଏ କ୍ଷତି ତାଙ୍କୁ ନିଜ ବ୍ୟକ୍ତିଗତ କ୍ଷତିଠାରୁ ଅଧିକ ପୀଡା ପହଁଚାଇଛି। ସାହିତ୍ୟିକ ଜନ୍ମ ନେବେ, ବିଦାୟ ନେବେ କିନ୍ତୁ ପ୍ରଫେସର ହରିହର ଦାସ ଗଞ୍ଜାମ ମାଟିର ଗର୍ବ ଓ ଗୌରବ ହୋଇ ସବୁଦିନ ପାଇଁ ସ୍ମରଣୀୟ ରହିବେ।

ବ୍ରହ୍ମପୁରର ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details