ଓଡିଶା

odisha

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସଜବାଜ

By

Published : Aug 11, 2021, 7:32 AM IST

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସୋରଡ଼ା ଗସ୍ତରେ ଆସି BJDର କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳର ଶୃଙ୍ଖଳା, କାର୍ଯ୍ୟକାରିତା ଉପରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସଜବାଜ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସଜବାଜ

ଗଞ୍ଜାମ:ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ସୋରଡ଼ା ଗସ୍ତରେ ଆସି BJDର କର୍ମୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳର ଶୃଙ୍ଖଳା, କାର୍ଯ୍ୟକାରିତା ଉପରେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ସଜବାଜ

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କିପରି ପ୍ରତ୍ୟେକ ପଞ୍ଚାୟତରେ ବିଜେଡ଼ି ବାଜିମାତ କରିବ ତା’ସହିତ ଲୋକଙ୍କ ପାଖରେ ପହଞ୍ଚି ସୁଖ ଦୁଃଖ ବୁଝିବାକୁ ନିର୍ଦେଶ ଦେଇଛନ୍ତି । ମନ୍ତ୍ରୀ ସୋରଡାରେ ପହଞ୍ଚିବା ପରେ ତାଙ୍କୁ ସୋରଡା ବିଧାୟକ ପୂର୍ଣ ଚନ୍ଦ୍ର ସ୍ଵାଇଁ ସ୍ଵାଗତ କରି ଦଳୀୟ କର୍ମୀ ମାନଙ୍କ ସହିତ ସୋରଡା ସହର ପରିକ୍ରମା କରି ସୋରଡା ଗଣିଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୃର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଖୁଣ୍ଟେଶ୍ଵରୀ ପାହାଡ ଉପରେ ଥିବା କଲ୍ୟାଣୀ ମଣ୍ଡପରେ ଏକ ସଭାର ଆୟୋଜନ କରିଥିଲେ ।

ଏହି ସଭାରେ ମନ୍ତ୍ରୀଙ୍କ ସହିତ ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ସୁବାସ ମହାରଣା, ସୁଜାତା ପାତ୍ର (ଗଞ୍ଜାମ ଜିଲ୍ଲା ମହିଳା ସଭାପତି )ଏବଂ ବହୁ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ଦଳ ଛାଡି ବହୁ ନେତା ଆସି ବିଜେଡ଼ିରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details