ଓଡିଶା

odisha

ETV Bharat / state

କବାଡିବାଲାକୁ ପାଠ୍ୟପୁସ୍ତକ ବିକିଲେ ଶିକ୍ଷୟତ୍ରୀ, ଘଟଣାସ୍ଥଳରେ ଉତ୍ତେଜନା - ଘଟଣାସ୍ଥଳରେ ଉତ୍ତେଜନା

ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ସର୍ବଶିକ୍ଷା ଅଭିଯାନ ବହି କବାଡିବାଲାକୁ ବିକ୍ରି କରୁଥିବା ନେଇ ଉତ୍ତେଜନା ଦେଖାଯାଇଛି ।

patapur
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Dec 22, 2019, 5:26 AM IST

ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟତ୍ରୀ ସର୍ବଶିକ୍ଷା ଅଭିଯାନ ବହି କବାଡିବାଲାକୁ ବିକ୍ରି କରୁଥିବା ନେଇ ଉତ୍ତେଜନା ଦେଖାଯାଇଛି । ଘଟଣା ସଂପର୍କରେ ଖବର ପାଇ ସାନଖେମୁଣ୍ଡି ବିଇଓ ସେଠାରେ ପହଞ୍ଚିବା ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

tension-at-patapur

ସୂଚନା ଅନୁସାରେ, ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀ ସାବିତ୍ରୀ ଦେବୀ ଛାତ୍ରଛାତ୍ରୀଙ୍କ ବଣ୍ଟନ ପାଇଁ ଆସିଥିବା ବହି ବିକ୍ରି କରୁଥିଲେ । ଶିକ୍ଷୟତ୍ରୀ ଜଣକ ତିନିଜଣ କବାଡିବାଲାଙ୍କୁ 2018 ମସିହାର ବହି ବିକ୍ରି କରୁଥିବା ସମୟରେ ଲୋକେ ସ୍ଥାନୀୟ ପାଟପୁର ବଟେଶ୍ବରୀ ଛକ ନିକଟରେ ବିରୋଧ କରିଥିଲେ ।

ଏ ସଂପର୍କରେ ପଚାରିବାରୁ ଶିକ୍ଷୟତ୍ରୀ ଜଣକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ଏତେ ପରିମାଣର ବହି ବଣ୍ଟନ ପରେ କେମିତି ବଳିଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା ।

ସରକାର ପିଲାଙ୍କ ପାଇଁ ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପୁସ୍ତକ ବଣ୍ଟନର ବ୍ୟବସ୍ଥା ରହିଛି । ଏପରି ସ୍ଥଳେ ଶିକ୍ଷୟତ୍ରୀଙ୍କ ବହି ବିକ୍ରି ଘଟଣାକୁ ନେଇ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details