ଓଡିଶା

odisha

ETV Bharat / state

ବାଇକ୍ ଦୁର୍ଘଟଣାରେ ଶିକ୍ଷକ ମୃତ

ଗଞ୍ଜାମ ଜିଲ୍ଲା ସୋରଡା ଥାନା ପିପଳପଙ୍କା ଗାଁ ନିକଟ ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଶିକ୍ଷକ ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ଆଉ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ରହିଛି ।

By

Published : Mar 17, 2019, 3:27 PM IST

ଫଟୋ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଭଞ୍ଜନଗର: ଦାରିଙ୍ଗିବାଡିକୁ ପିକନିକ କରିବାକୁ ଯିବା ସମୟରେ ବାଇକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶିକ୍ଷକ ଜଣଙ୍କ ମୃତ୍ୟୁ ହୋଉଥିବା ବେଳେ ଆଉ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ମୃତ ଶିକ୍ଷକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗାଁର ଶୁଭେନ୍ଦୁ ସାହୁ ।

ଖବର ମୁତାବକ, ଦୁଇ ଜଣ ଶିକ୍ଷକ ଖପରାଗଣ୍ଡା ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ରବିବାର ଛୁଟି ଥିବାରୁ ବାଇକ ଯୋଗେ ଦାରିଙ୍ଗିବାଡି ପିକନିକ କରିବାକୁ ଯାଉଥିଲେ । ତେବେ ଗଞ୍ଜାମ ଜିଲ୍ଲା ସୋରଡା ଥାନା ପିପଳପଙ୍କା ଗାଁ ନିକଟ ବୁଲାଣିରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି ସୋରଡା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେଠାରେ ଶୁଭେନ୍ଦୁଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟପଟେ ଆହତ ଶିକ୍ଷକ ପ୍ରତ୍ୟୁଷଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉକି, ଦାରିଙ୍ଗିବାଡିରେ ଆହତ ଶିକ୍ଷକ ପ୍ରତ୍ୟୁଷ କୁମାର ସାହୁଙ୍କ ଘର ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଆଦର୍ଶ ଶିକ୍ଷକ ଶୁଭେନ୍ଦୁଙ୍କ ମୃତ୍ୟୁ ଖବର ପାଇବା ପରେ ଖପରାଗଣ୍ଡା ଗାଁର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details