ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ କୁହାଯାଉଥିବା ତାମ୍ପରାର ବିକାଶ ଯୋଜନା ପ୍ରସ୍ତୁତ କରାଯାଇଛି। ବ୍ରହ୍ମପୁର ଉନ୍ନୟନ ପରିଷଦ ପକ୍ଷରୁ ତାମ୍ପରାର ସ୍ଥଳଭାଗର ଉନ୍ନୟନ କାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସିୱଟ ସାଇଡ କାର୍ଯ୍ୟ ଆରମ୍ଭ ହେବ।
ସିୱଟ ସାଇଡ ପାଇଁ ମୋଟ 8 କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କରାଯିବା । ଏହି ଅର୍ଥରେ ଜେଟି ନିର୍ମାଣ ହେବା ସହ ବସିବା ପାଇଁ ସ୍ଥାନ ରହିବା ସହ ପିଲାଙ୍କ ପାଇଁ ୱାକିଙ୍ଗ ସ୍ଥାନ ରହିବା ସହ ଫୁଡ କୋର୍ଟ ସହ ଖୋଲା ସ୍ଥାନ ରହିବ। ଏହାସହ ତାମ୍ପରା ଠାରୁ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ୱାକିଙ୍ଗ ସ୍ପେଶ୍ ରଖିବାକୁ ଏଥିରେ ଯୋଜନା କରାଯାଇଛି।