ଗଞ୍ଜାମ: ଏଣିକି ଗୋଟିଏ ସ୍ଥାନରେ ଦେଖିବାକୁ ମିଳିବ ବିଶ୍ବର ସପ୍ତାଶ୍ଚର୍ଯ୍ୟ ସ୍ଥଳ(World seven Wonders ) । ଯେଉଁମାନେ ଟଙ୍କା ଖର୍ଚ୍ଚ କରି ବାହାରକୁ ଯାଇ ପାରୁ ନାହାନ୍ତି ସେମାନେ ଏହାର ମଜା ନେଇପାରିବେ । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଛି ଏକ ସ୍ମାର୍ଟପାର୍କ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନିର୍ମାଣ ହେଉଛି ଏଭଳି ଏକ ସ୍ମାର୍ଟ ପାର୍କ । ଯେଉଁଠି ଗୋଟିଏ ସ୍ଥାନରେ ପାଖାପାଖି ହୋଇ ରହିଛି ତାଜମହଲ, ପିରାମିଡ, କଲେଜିୟମ, ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଏଫିଲ୍ ଟାୱାର, ଜୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ସହିତ ଗ୍ରେଟ୍ ୱାଲ୍ ଅଫ୍ ଚାଇନା । ପ୍ରାୟ ତିନି କୋଟି ଟଙ୍କା ବ୍ୟୟରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ଥଳକୁ ଏଠାରେ ଅବିକଳ ଭାବେ ନିର୍ମାଣ କରାଯାଉଛି । ଏହାର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହା ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖସ୍ଥଳ ପାଲଟିବ ।
ସ୍ମାର୍ଟ ପାର୍କରେ ନିରାଣ ହେଉଥିବା ତାଜମହଲର ଉଚ୍ଚତା ୨୧ ଫୁଟ ରହିଥିବା ବେଳେ ଏହା ୩୮ ବର୍ଗ ଫୁଟ ସ୍ଥାନରେ ସ୍ଥାପିତ ହେବ । ଏପରିକି ତାଜମହଲ ସମ୍ମୁଖରେ ଫାଉଣ୍ଡନ୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ସାଜସଜ୍ଜା ସ୍ଥାନୀତ ହେବ । ସେହିପରି ୨୦ ବର୍ଗଫୁଟ ସ୍ଥାନରେ ପିରାମିଡ ନିର୍ମାଣ କରାଯାଉଥିବା ବେଳେ ଏହାର ଉଚ୍ଚତା ରହିଛି ୨୨ଫୁଟ । ସେହିପରି ଷ୍ଟାଚ୍ୟୁ ଅଫ୍ ଲିବର୍ଟି( Statue of liberty ) ଉଚ୍ଚତା ୨୮ ଫୁଟ ରହିଥିବା ବେଳେ କଲେଜିୟମର ଉଚ୍ଚତା ରହିଛି ୨୦ଫୁଟ । ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ସ୍ଥାନ ପାଇଥିବା ବେଳେ ନିର୍ମାଣଧିନ ଏଫିଲ୍ ଟାୱାରର (Eiffel tower ) ଉଚ୍ଚତା ରହିଛି ୪୫ ଫୁଟ । ପରିଶେଷରେ ଗ୍ରେଟ୍ ୱାଲ୍ ଅଫ୍ ଚାଇନା (Great wall of china )ର ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ 256 ଫୁଟ ରହିଥିବା ବେଳେ ଏହାର ଉଚ୍ଚତା ରହିଛି ୪୮ଫୁଟ ।