ଓଡିଶା

odisha

ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ପ୍ରଥମ ସ୍ଥାନରେ ଚିକିଟି NAC

By

Published : Oct 8, 2022, 4:32 PM IST

କେନ୍ଦ୍ର ସରକାରଙ୍କ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵଚ୍ଛ ସର୍ଭେକ୍ଷଣ ୨୦୨୨ ପ୍ରକାଶ ପାଇଛି । ଏଥିରେ ଓଡିଶାର ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାନ ପାଇଛି । ଅଧିକ ପଢ଼ନ୍ତୁ

swachh sarvekshan 2022 chikiti became number one rank in odisha
ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ପ୍ରଥମ ସ୍ଥାନରେ ଚିକିଟି

ବ୍ରହ୍ମପୁର:କେନ୍ଦ୍ର ସରକାରଙ୍କ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ଵଚ୍ଛ ସର୍ଭେକ୍ଷଣ ୨୦୨୨ରେ ଓଡିଶାର ପ୍ରଥମ ସ୍ଥାନରେ ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାନ ପାଇଛି । ସହରାଞ୍ଚଳ ଗୁଡିକର ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବେ ସର୍ଭେକ୍ଷଣ କରି ପୁରସ୍କୃତ କରାଯାଇଥାଏ । ଅକ୍ଟୋବର ୧ ରେ ଉକ୍ତ ସର୍ଭେକ୍ଷଣର ଫଳାଫଳ ଘୋଷଣା କରାଯାଇ ପୁରସ୍କାର ବିତରଣ କରଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ନାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ଯୋଗ ଦେଇଥିଲେ ।

ସ୍ଵଚ୍ଛ ସର୍ଭେକ୍ଷଣରେ ଓଡିଶାର ପ୍ରଥମ ସ୍ଥାନରେ ଚିକିଟି

ସ୍ଵଚ୍ଛ ସର୍ଭେକ୍ଷଣ ଉପରେ ପୂର୍ବାଞ୍ଚଳ ଜୋନର ୧୫୦୦୦ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳର ଦ୍ରୁତ ପରିମଳ ପରିଚାଳନା (Fast Moving city in 15000 population East Zone) ରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ଅଧିକାର କରିଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଭି. କୀର୍ତ୍ତିଭାସନ, ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ଅନ୍ୟ ଅଧିକାରୀମାନେ ପୁରସ୍କାର ଗ୍ରହଣ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ:ଅତିରିକ୍ତ ବଜେଟ ପାଇଁ ପ୍ରକ୍ରିୟା ଆରମ୍ଭ: ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଲେ ଅର୍ଥ ସଚିବ

ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଶର ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୪୧ ନମ୍ବରରେ ରହିଥିବା ବେଳେ ଓଡିଶାର ୧ ନମ୍ବର ସ୍ଥାନରେ ରହିଛି। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉତ୍ତମ ସିଟିଜେନ ଫିଡବେକ ପାଇଁ ପୁରସ୍କୃତ କରାଯାଇଥିଲା । ଭାରତର ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୧୧୧ ନମ୍ବର ଓ ଓଡିଶା ଚତୁର୍ଥ ସ୍ଥାନ ଅଧିକାର କରିଥଲା ।

ଗଞ୍ଜାମ ଜିଲ୍ଲା ପ୍ରଶାସନର ଅକ୍ଲାନ୍ତ ପରିଶ୍ରମ, ଦିଗଦର୍ଶନ, ବରିଷ୍ଠ ମାର୍ଗ ଦର୍ଶନ, ଦୂର ଦୃଷ୍ଟି,ଉତ୍ସର୍ଗୀକୃତ ମନୋଭାବ, ବାରମ୍ବାର ସମୀକ୍ଷା ବୈଠକ ଓ ଉଲ୍ଲେଖନୀୟ କାର୍ଯ୍ୟ ଫଳରେ ଗଞ୍ଜାମ ଜିଲ୍ଲାର ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ପୁରସ୍କୃତ ହୋଇପାରିଥିବା ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଯେପରି ଏହି ଅଭିଯାନରେ ସାମିଲ ହେବ ସେନେଇ ପ୍ରୟାସ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details