ଭଞ୍ଜନଗର: ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ ଯେଉଁ ନାରା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ତାହା ଏବେ ବାଟବଣା ହୋଇଛି l ଶୌଚାଳୟ ନିର୍ମାଣ ହୋଇଛି, ତାହା ଲୋକଙ୍କ କାମରେ ଆସୁନି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୌଡଗୋଠ ପଞ୍ଚାୟତର ଡୁମ୍ବୁଳା ଗ୍ରାମରେ l
ଗ୍ରାମରେ ଚାଳିଶ ପରିବାର ବସବାସ କରୁଥିବାବେଳେ ସ୍ବଚ୍ଛ ଭାରତ ଯୋଜନାରେ ଗ୍ରାମର ସମସ୍ତ ପରିବାରକୁ ସରକାର ଶୌଚାଳୟ ଯୋଗାଇଥିଲେ । ହେଲେ ଶୌଚାଳୟ ଗୁଡିକ ନିମ୍ନ ମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେଥିମଧ୍ୟରୁ ଖଦାଳ ନାୟକଙ୍କୁ ମଧ୍ୟ ଶୌଚାଳୟ ମିଳିଛି କିନ୍ତୁ ସେ ଶୌଚାଳୟ ଭିତରେ ରୋଷେଇ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେ ମଧ୍ୟ ସ୍ବୀକାର କରିଛନ୍ତି ଯେ ଶୌଚାଳୟଟି ନିମ୍ନ ମାନର ହୋଇଥିବାରୁ ଆମେ ବ୍ୟବହାର କରିଲୁ ନାହିଁ ତାକୁ ରୋଷେଇ ଶାଳ କରିଦେଇଛୁ l