ଭଞ୍ଜନଗର: ବୃଦ୍ଧ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଢଙ୍ଗପାରି ଗ୍ରାମରେ ଏଭଳି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ପୁଅ ଏବଂ ବୋହୂ ହତ୍ୟା କରିଥିବା ଝିଅ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ହେଉଛନ୍ତି ଶ୍ରୀମତୀ ନାୟକ ।
ଶ୍ରୀମତୀ ନାୟକଙ୍କ ସ୍ବାମୀ ରାମଚନ୍ଦ୍ର ନାୟକ ଜଣେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ଅବସର ପରେ ଗତ ୧୦ମାସ ହେଲା ତାଙ୍କର ମୃତ୍ୟୁ ଘଟିଛି । ଏହା ପର ଠାରୁ ପୁଅ ବୋହୂ ଅଲଗା ରହୁଥିବାବେଳେ ଶ୍ରୀମତୀ ନାୟକ ଓ ଏବଂ ସାନ ଝିଅ ମିଶି ଏକାଠି ରହୁଥିଲେ । ଶ୍ରୀମତୀ ସ୍ଵାମୀଙ୍କ ପେନସନ ପାଉଥିବାରୁ ପୁଅ ସନ୍ତୋଷ ସବୁବେଳେ ଟଙ୍କା ମାଗି ଘରେ କଳହ ସୃଷ୍ଟି କରୁଥିଲା । ସାନଝିଅ ବନିତା ଶିକ୍ଷକତା କରୁଥିବା ହେତୁ କର୍ମକ୍ଷେତ୍ରକୁ ଯାଇଥିବା ସମୟରେ ମା’ ଏକୁଟିଆ ଘରେ ରହିଥିଲେ । ଦିନ ୧୦ଟା ପର୍ଯ୍ୟନ୍ତ ଶ୍ରୀମତୀ ଫୋନ ମାଧ୍ୟମରେ ଝିଅଙ୍କ ସହ କଥା ହୋଇଛନ୍ତି ।