ଭଞ୍ଜନଗର: କୋରୋନା ମହାମାରୀ ଯୋଗୁଁ ସାରାଦେଶ ଲକଡାଉନ ଇତି ମଧ୍ୟରେ ଲକଡାଉନକୁ ଦୁଇ ମାସ ବିତିବାକୁ ବସିଲାଣି ହେଲେ କାମଧନ୍ଦା ନ ପାଇ ପ୍ରବାସୀ ମାନେ ଭିଟାମାଟି ମୁହାଁ । କିଏ ସାଇକେଲରେ ଫେରୁଛିତ କିଏ ଭୋକ ଉପବାସରେ ଚାଲିଚାଲି ଫେରିବାକୁ ବାଧ୍ୟ ହେଉଛି । ପେଟର ଜ୍ବାଳା ଆଉ ଅଟକାଇ ପାରୁନାହାନ୍ତି ।
ଏଭଳି ସ୍ଥିତିରେ ଗୁଜରାଟର ସୁରତ ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ନିଜ ଭିଟାମାଟିକୁ ଫେରିବାକୁ ଟ୍ରେନ ଟିକଟ ପାଇଁ ଗହଳି କରିଥିବା ବେଳେ ପୋଲିସ ଗୋଡ଼ାଇ ଥିଲା ସମସ୍ତେ ଦୌଡ଼ିଥିଲେ ସତ୍ୟବାନ ସହିତ ତାଙ୍କ କମ୍ପାନୀରେ ରହୁଥିବା ସମସ୍ତେ କମ୍ପାନୀ ଭିତରକୁ ପଳାଇଥିଲେ । ପୋଲିସ ତାଲା ଭାଙ୍ଗି କମ୍ପାନୀ ଭିତରେ ପଶି ପିଟିବା ଆରମ୍ଭ କରିଥିଲା । ହେଲେ ପୋଲିସ ହିତାହତ ଜ୍ଞାନ ଭୁଲିଯାଇ ସତ୍ୟବାନକୁ ନିସ୍ତୁକ ପିଟିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲ ନେବା ବାଟରେ ତାର ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ କମ୍ପାନୀକୁ ଖବର ଦେଇଥିଲା । ଖବର ପାଇ ସାଙ୍ଗସାଥି ପରିଜନ ସମସ୍ତେ ଦୌଡ଼ିଥିଲେ ଥାନାକୁ । ହେଲେ ଘଟଣା ସମସ୍ତେ ଦେଖିଛନ୍ତି ପୋଲିସ ଆଗରେ ମୁହଁ ଖୋଲିବାକୁ କାହାର ସାହସ ନାହିଁ ।
ଶବବ୍ୟବଛେଦ ପରେ ସେଠାରେହିଁ ସତ୍ୟବାନଙ୍କ ଶବ ସତ୍କାର କରାଯାଇଥିଲା । ହେଲେ ଏପଟେ ଗାଁରେ ସ୍ବାମୀର ଆସିବା ବାଟକୁ ଚାହିଁ ବସିଛନ୍ତି ମିନତୀ । ଏଭଳି ସ୍ଥିତିରେ ସାତ ବର୍ଷର ଭିନ୍ନକ୍ଷମ ପୁଅକୁ ଧରି କିପରି ଚଳିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ମିନତୀ ।ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସେ ।