ଓଡିଶା

odisha

ETV Bharat / state

ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ବ୍ରହ୍ମପୁରରେ SUCIର ପ୍ରତିବାଦ - ବ୍ରହ୍ମପୁରରେ SUCIର ବିକ୍ଷୋଭ

ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଓ ଗଣହତ୍ୟା ପ୍ରତିବାଦରେ ସର୍ବଭାରତୀୟ ସ୍ତରରେ SUCIର ପ୍ରତିବାଦ । ବ୍ରହ୍ମପୁରରେ ପ୍ରତିବାଦ କଲେ SUCIର ସଦସ୍ୟ । ଅଧିକ ପଢ଼ନ୍ତୁ

SUCI protests in berhampur against
ଗାଜା ଉପରେ ଇସ୍ରାଏଲର ଆକ୍ରମଣ

By ETV Bharat Odisha Team

Published : Nov 2, 2023, 9:51 AM IST

ବ୍ରହ୍ମପୁର: ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଓ ଗଣହତ୍ୟା ପ୍ରତିବାଦରେ SUCI(କମ୍ୟୁନିଷ୍ଟ) ପକ୍ଷରୁ ସର୍ବଭାରତୀୟ ସ୍ତରରେ ପ୍ରତିବାଦ କରାଯାଇଥିଲା । ଏହି କ୍ରମରେ ବ୍ରହ୍ମପୁର ସ୍ଥିତ SUCI ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର କମାପଲ୍ଲୀ ଛକ ନିକଟରେ ଶତାଧିକ SUCI କର୍ମୀଙ୍କ ପକ୍ଷରୁ ପ୍ଲାକାର୍ଡ ସହ ପ୍ରତିବାଦ କରାଯାଇଥିଲା ।

ପାଲେଷ୍ଟାଇନର ଗାଜାରେ ଇସ୍ରାଏଲର ଘନଘନ ଆକ୍ରମଣ ଫଳରେ ଗାଜା ସମ୍ପୂର୍ଣ୍ଣ ଧ୍ଵଂସସ୍ତୁପରେ ପରିଣତ ହୋଇଛି । ଇସ୍ରାଏଲ୍ ଗାଜା ଷ୍ଟ୍ରିପ୍ ଅବରୋଧ କରି ସେଠାରେ ରହୁଥିବା ପ୍ରାୟ ୨୩ ଲକ୍ଷ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି SUCI ସଦସ୍ୟ । ସେଠାକାର ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ, ଇନ୍ଧନ, ଔଷଧ ଏବଂ ବିଦ୍ୟୁତ୍ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଏହାପୂର୍ବରୁ ହମାସକୁ 'ପଶୁ' ବୋଲି ଆଖ୍ୟା ଦେଇ ଇସ୍ରାଏଲର ଜିଓନିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଆମେ ମାନବ, ପଶୁ ମାନଙ୍କ ସହ ଲଢେ଼ଇ କରୁଛୁ ଏବଂ ଏହା ଆରମ୍ଭ ମାତ୍ର । ଆମେ ମଧ୍ୟପ୍ରାଚ୍ୟକୁ ପରିବର୍ତ୍ତନ କରିବାକୁ ଯାଉଛୁ । ଇସ୍ରାଏଲ୍ ଗାଜାକୁ ଆକାଶ ମାର୍ଗରୁ ଆକ୍ରମଣ କରି ଶହ ଶହ ନିରୀହ ନାଗରିକଙ୍କୁ ହତ୍ୟା କରୁଥିବା SUCI ସଦସ୍ୟ ଅଭିଯୋଗ କରିଛନ୍ତି । ୨୦୦୭ ପରଠୁ ପାଲେଷ୍ଟାଇନ ବାରମ୍ବାର ସଶସ୍ତ୍ର ଆକ୍ରମଣ ଏବଂ ନିରୀହ ସାଧାରଣ ନାଗରିକଙ୍କ ନିର୍ଦ୍ଦୟ ହତ୍ୟାକାଣ୍ଡର ଶିକାର ହୋଇ ଆସୁଛି । ବିଶ୍ୱବ୍ୟାପୀ ଲୋକଙ୍କ ମତକୁ ଅଣଦେଖା କରି ଆମେରିକା ଏବଂ ଅନ୍ୟାନ୍ୟ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ସମର୍ଥନରେ ଜିଓନିଷ୍ଟ ଇସ୍ରାଏଲ୍ ପ୍ରତିଦିନ ଶହଶହ ଶିଶୁ, ମହିଳା, ଯୁବକ ଏବଂ ବୃଦ୍ଧଙ୍କୁ ହତ୍ୟା କରୁଛି, ସେମାନଙ୍କ ଘର, ହାଟ, ଡାକ୍ତରଖାନା ଏବଂ ଜିନିଷ ନଷ୍ଟ କରୁଥିବା କହିଛି SUCI ।

ଇସ୍ରାଏଲର ପାଲେଷ୍ଟାଇନ ଦଖଲକୁ ତୁରନ୍ତ ବନ୍ଦ କରିବାକୁ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ଦାବି କରିଛି । ପାଲେଷ୍ଟାଇନ ସହ ବର୍ତ୍ତମାନ ସ୍ଥିତିରେ ଆମେରିକା ସହ ସମସ୍ତ ଦେଶ ଠିଆ ହେବାକୁ ବି ଦାବି ହୋଇଛି । ତା ସହିତ ଗାଜା ଉପରେ ମିସାଇଲ୍‌ ମାଡ଼କୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି SUCI । ଏହି ପ୍ରତିବାଦ ସମୟରେ SUCI(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସଭ୍ୟ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କାମରାଜ ସାହୁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details