ଓଡିଶା

odisha

ETV Bharat / state

ଆୟୁର୍ବେଦିକ ମେଡିକାଲ କଲେଜରେ ଅବ୍ୟବସ୍ଥା, ସରକାରୀ ଅବହେଳାକୁ ଦାୟୀ କଲା ଛାତ୍ର ସଂସଦ - ଛାତ୍ର ସଂସଦ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପୁର ଆୟୁର୍ବେଦିକ ମେଡିକାଲ କଲେଜରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । କଲେଜରେ ନାମଲେଖା ମଧ୍ୟ ବନ୍ଦ ହୋଇଛି । ଏପରି ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ଦାୟୀ କରିଛନ୍ତି ଛାତ୍ର ସଂସଦ । ଅଧିକ ପଢନ୍ତୁ

ଆୟୁର୍ବେଦିକ ମେଡିକାଲ କଲେଜରେ ନାମଲେଖା ବନ୍ଦ, ସରକାରୀ ଅବହେଳାକୁ ଦାୟୀ କଲା ଛାତ୍ର ସଂସଦ
ଆୟୁର୍ବେଦିକ ମେଡିକାଲ କଲେଜରେ ନାମଲେଖା ବନ୍ଦ, ସରକାରୀ ଅବହେଳାକୁ ଦାୟୀ କଲା ଛାତ୍ର ସଂସଦ

By

Published : Nov 18, 2022, 1:02 PM IST

ବ୍ରହ୍ମପୁର:ଆୟୁର୍ବେଦିକ ମେଡିକାଲ କଲେଜରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ନା ଅଛି କ୍ଲାସରୁମ ନା ଅଛନ୍ତି ଅଧ୍ୟାପକ । ଛାତ୍ରଛାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କଲେଜରେ ନାମଲେଖା ବନ୍ଦ ରହିଛି । ଏହାକୁ ନେଇ ଏକ ସମ୍ବାଦିକ ସମ୍ମିଳନୀ କରି ସରକାରୀ ଅବହେଳାକୁ ନିନ୍ଦା କରିଛି ଛାତ୍ର ସଂସଦ ।

ଆୟୁର୍ବେଦିକ ମେଡିକାଲ କଲେଜରେ ନାମଲେଖା ବନ୍ଦ, ସରକାରୀ ଅବହେଳାକୁ ଦାୟୀ କଲା ଛାତ୍ର ସଂସଦ

ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମେଡିକାଲ କଲେଜରେ ଚଳିତବର୍ଷ ଠାରୁ ନାମଲେଖା ବନ୍ଦ ରଖାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ର ସଂସଦ କର୍ମକର୍ତ୍ତା । ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏହାର କର୍ମକର୍ତ୍ତା ମାନେ ଆବଶ୍ୟକୀୟ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ରହିଥିବା ଦର୍ଶାଇ କେନ୍ଦ୍ର ସରକାରଙ୍କ ଅଧିନରେ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରେ ବି.ଏ.ଏମ୍.ଏସ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁମତି ଦିଆଯାଇନଥିବା ନେଇ ରାଜ୍ୟ ସରକାରଙ୍କ ଅବହେଳାକୁ ନିନ୍ଦା କରାଯାଇଛି ।

ଏହା ବି ପଢନ୍ତୁ...ଜଙ୍ଗଲ ଛାଡି ରାଜପଥ ମୁହାଁ ହାତୀପଲ, ଲୋକେ ଆତଙ୍କିତ

ଦକ୍ଷିଣ ଓଡିଶାର ଏହି ପ୍ରମୁଖ ଆୟୁବେଦିକ କଲେଜରେ ଦୀର୍ଘ ବର୍ଷ ଧରି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଏହାକୁ ନେଇ ମେଡିକାଲର ଦୈନିକ ଡାକ୍ତରୀ ଅଭ୍ୟାସ ଏବଂ ପାଠପଢାରେ ଅନେକ ବାଧାପ୍ରାପ୍ତ ହେଉଛି । ହେଲେ ଏଥିପ୍ରତି ଅନେକ ବାର ବିଭିନ୍ନ ଫୋରମରେ ଦାବି କରାଯାଇଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ନହେବା ଘଟଣାକୁ କ୍ଷୋଭ ପ୍ରକାଶ କରିଛି ଛାତ୍ର ସଂସଦ । ରାଜ୍ୟରେ ବିଭିନ୍ନ ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ସ୍ମାର୍ଟ କ୍ଲାସରୁମରେ ପାଠ ପଢୁଥିବା ବେଳେ ଉକ୍ତ ଆୟୁର୍ବେଦିକ କଲେଜରେ ପୁରୁଣା କୋଠାରେ ବିଦ୍ୟାର୍ଥୀମାନେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଯାହାକି ଭିତ୍ତିଭୂମି ଅଭାବରୁ ମେଡିକାଲ କଲେଜକୁ ବିଭିନ୍ନ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନେ ସେଠାକାର ବର୍ହିବିଭାଗ ଏବଂ ଆନ୍ତଃବିଭାଗରେ ସଠିକ୍ ସେବା ପାଇପାରୁ ନାହାନ୍ତି । ଏଣୁ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଛାତ୍ର ସଂସଦର ସଭାପତି ବିଶ୍ୱମ୍ୱର ଖୁଣ୍ଟିଆ । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ପ୍ରତୀକ ନନ୍ଦଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details