ବ୍ରହ୍ମପୁର: ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ମାନେ ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ପ୍ରମୁଖ ୱାର୍ଡରେ ରହିଥିବା ଦୀର୍ଘ ଦିନର ବିଭିନ୍ନ ମରାମତି କାର୍ଯ୍ୟକୁ ନିଜେ କରିଛନ୍ତି ବିଦ୍ୟାର୍ଥୀ ମାନେ । ଶିକ୍ଷାନୁଷ୍ଠାନର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରୁଥିବା ଏହି ବିଦ୍ୟାର୍ଥୀ ମାନେ ମେଡିକାଲରେ ରୋଗୀ ସେବା ପାଇଁ ରହିଥିବା ଷ୍ଟ୍ରେଚେର୍ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ଏବଂ ଆଇ.ସି.ୟୁ ମଧ୍ୟରେ ରହିଥିବା ବିଭିନ୍ନ ତ୍ରୁଟିକୁ ମରାମତି କରିଛନ୍ତି ।
କେଉଁଠି ପଙ୍ଖା ବୁଲୁନାହିଁ ତ ଆଉ କେଉଁଠି ସୁଇଚ୍ ବୋର୍ଡ ଖରାପ ରହିଛି । ଦୀର୍ଘ ଦିନ ଧରି ଷ୍ଟ୍ରେଚର୍ ଗୁଡିକ ଭାଙ୍ଗିରୁଜି ରହିଥିବାରୁ ରୋଗୀଙ୍କୁ ନେବା ଆଣିବା କାର୍ଯ୍ୟରେ ଏହା ବ୍ୟବହାର ହୋଇନପାରି ପଡିରହିଥିବାରୁ ଏହାକୁ ନିଜେ ମରାମତି କରିବା ପାଇଁ ଆଗେଇ ଆସିଛନ୍ତି ବିଦ୍ୟାର୍ଥୀ ମାନେ । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଏଭଳି ପ୍ରମୁଖ ୱାର୍ଡରେ ରହିଥିବା ଦୀର୍ଘ ଦିନର ବିଭିନ୍ନ ମରାମତି କାର୍ଯ୍ୟକୁ ନିଜେ କରିଛନ୍ତି ବ୍ରହ୍ମପୁର ସହରର ସରକାରୀ ଆଇ.ଟି.ଆଇର ବିଦ୍ୟାର୍ଥୀ ମାନେ ।
ଦୀର୍ଘ ଦିନ ଧରି ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନେ ନିଜ ପାଠ୍ୟକ୍ରମରେ ପାଇଥିବା ତାଲିମକୁ ନେଇ ମେଡିକାଲ ପରିସରରେ ଏହାକୁ କାର୍ଯ୍ୟକାରୀ କରାଇଛନ୍ତି । ଯାହାକି ଏ.ସି ଠାରୁ ଆରମ୍ଭ କରି ବିଭିନ୍ନ ବୈଦୁତିକ ଉପକରଣ ଗୁଡିକ କେଉଁ କାରଣରୁ କାର୍ଯ୍ୟ କରୁନାହଁ ତାହାକୁ ଯାଞ୍ଚ କରିବା ସହ ତାହାର ମରାମତି କରାଇବା ପରେ ଏହାକୁ ନେଇ ବେଶ ଖୁସି ରହିବା ସହ ରୋଗୀ ସେବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ନେଇ ଗର୍ବ ଅନୁଭବ କରୁଥିବା କହିଛନ୍ତି ।