ଓଡିଶା

odisha

ETV Bharat / state

ନଦୀରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ - students got swept away

ନଦୀକୁ ଗାଧୋଇବାକୁ ଯାଇ ଦଶମ ଶ୍ରେଣୀର ଛାତ୍ର ନିଖୋଜ । ଖୋଜାଖୋଜି ପରେ ମଧ୍ୟ ଠାବ ହୋଇପାରିନି ମୃତଦେହ । ପଢନ୍ତୁ ଅଧିକ .......

ନଦୀରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ
ନଦୀରେ ଭାସି ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ

By

Published : Oct 18, 2020, 2:13 PM IST

ଭଞ୍ଜନଗର: ନଦୀକୁ ଗାଧୋଇବାକୁ ଯାଇ ଦଶମ ଶ୍ରେଣୀର ଛାତ୍ର ନିଖୋଜ । ଏପରି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ଥାନା ଜଗମୋହନ ଗାଁରେ । ନିିଖୋଜ ଛାତ୍ର ଜଣଙ୍କ ହେଲେ ଲୋଚନ ମହାରଣା । ତାଙ୍କ ବୟସ 14 ବର୍ଷ ବୋଲି ଜଣା ପଡିଛି । ଛାତ୍ର ଜଣଙ୍କ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଥିବା ଜଣାପଡିଛି ।

ପାଖରେ ଗାଧୋଉଥିବା ଆଉ ଜଣେ ଛାତ୍ର ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବଞ୍ଚାଇ ପାରିବାରେ ସଫଳ ହୋଇପାରିନଥିଲେ । ଖବର ପାଇ ଧରକୋଟ ଓ ଆସିକାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ସୁଦ୍ଧା ଛାତ୍ର ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details