ଓଡିଶା

odisha

ETV Bharat / state

ଆଦର୍ଶ ବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଖୋଲିବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ସୋରଡା ଆଦର୍ଶ ବିଦ୍ଯାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବାକୁ ଦାବି । ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଦେଇଛନ୍ତି ତହସିଲ ଆଗରେ ଧାରଣା ।

By

Published : May 16, 2019, 3:15 PM IST

ଡିଜାଇନ ଫଟୋ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡାରେ ଥିବା ଆଦର୍ଶ ବିଦ୍ଯାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବାକୁ ଦାବି । ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କ ତହସିଲ ଆଗରେ ଧାରଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁସାରେ, ସୋରଡା ଆଦର୍ଶ ବିଦ୍ୟାଳୟରେ ଇଂରାଜୀ ମିଡିୟମରେ ପାଠପଢି ଅଧିକ ନମ୍ବର ରଖି ଚଳିତ ବର୍ଷ 60 ଜଣ ପିଲାଙ୍କ ମଧ୍ୟରୁ 59 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେଥି ମଧ୍ୟରୁ 9 ଜଣ ପିଲା 96 ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ତେବେ ଆର୍ଥିକ ସ୍ବଚ୍ଛଳ ନଥିବା ଏହି ପିଲାମାନଙ୍କର ଯୁକ୍ତ 2 ବିଜ୍ଞାନ ପଢିବା କଷ୍ଟସାଧ୍ୟ ହୋଇପଡିଛି । ଯେଉଁଥିପାଇଁ କି ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ଏହି ଆଦର୍ଶ ବିଦ୍ୟାଳୟରେ ଯୁକ୍ତ 2 ବିଜ୍ଞାନ ଖୋଲିବାକୁ ଦାବି କରିଛନ୍ତି । ଫଳରେ ସ୍ବଳ୍ପ ମୂଲ୍ୟରେ ଛାତ୍ରଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି ।

ସୂଚନା ଥାଉକି, ଏହି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯାହାକି ଏ ଅଞ୍ଚଳର ଆର୍ଥିକ ସ୍ବଚ୍ଛଳ ନଥିବା ପିଲାଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବାରେ ସାହାଯ୍ୟ କରୁଛି । ତେବେ ଏହି ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିଲେ ପିଲାମାନେ କମ ପଇସାରେ ଉଚ୍ଚଶିକ୍ଷାରେ ମଧ୍ୟ ଭଲ କରିପାରିବେ ବୋଲି କୁହାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details