ଓଡିଶା

odisha

By

Published : Apr 10, 2022, 9:22 AM IST

ETV Bharat / state

ଗଞ୍ଜାମରେ କମିବ କନ୍ୟା ଭୃଣ ହତ୍ୟା, ନିଆଯିବ କଡା ପଦକ୍ଷେପ

ଗଞ୍ଜାମ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପ୍ରୟାସ । କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ ନିଆଯିବ କଡା ପଦକ୍ଷେପ । ଅଧିକ ପଢନ୍ତୁ

ଗଞ୍ଜାମ ଜିଲ୍ଲାରେ କମିବ କନ୍ୟା ଭୃଣ ହତ୍ୟା, ନିଆଯିବ କଡା ପଦକ୍ଷେପଗଞ୍ଜାମ ଜିଲ୍ଲାରେ କମିବ କନ୍ୟା ଭୃଣ ହତ୍ୟା, ନିଆଯିବ କଡା ପଦକ୍ଷେପ
ଗଞ୍ଜାମ ଜିଲ୍ଲାରେ କମିବ କନ୍ୟା ଭୃଣ ହତ୍ୟା, ନିଆଯିବ କଡା ପଦକ୍ଷେପ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପ୍ରୟାସ । କନ୍ୟା ଭୃଣ ହତ୍ୟା ରୋକିବା ଦିଗରେ ନିଆଯିବ କଡା ପଦକ୍ଷେପ । ଏନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରାଯାଇଛି ଆଲୋଚନା । ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି (ପି.ସି. ଆଣ୍ଡ ପି.ଏନ୍.ଡି.ଟି) ନିୟମର ଜିଲ୍ଲା ପରାମର୍ଶଦାତା କମିଟିର ବୈଠକରେ ଆଲୋଚନା ସମୟରେ ଏହି କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ କନ୍ୟା ଭୃଣହତ୍ୟା କରିବା ନେଇ ହେଉଥିବା କାର୍ଯ୍ୟକଳାପର ନିନ୍ଦା କରିବା ସହିତ ଏହାକୁ ରୋକିବା ଦିଗରେ ସମସ୍ତ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ନିଜସ୍ୱ ମତ ରଖିଥିଲେ ।

ଜିଲ୍ଲାର ସମସ୍ତ ସୋନେଗ୍ରାଫି କେନ୍ଦ୍ର ଉପରେ କଡା ନଜର ରଖାଯିବ ବୋଲି କହିଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।ଏହା ସହିତ ଉକ୍ତ କେନ୍ଦ୍ରର ପରିଚାଳକ ମାନଙ୍କୁ ନେଇ ବୈଠକ କରାଯିବା ସହ ସେମାନଙ୍କୁ ସଚେତନ କରାଇ ଭୃଣ ଚିହ୍ନଟ ନକରିବାକୁ ସେମାନଙ୍କୁ ଶପଥ ପାଠ କରାଯିବ । ଗର୍ଭଧାରଣ ପୂର୍ବ ଓ ପ୍ରଥମ ପୂର୍ବ ଲିଙ୍ଗ ନିରୂପଣ ପଦ୍ଧତି ପି.ସି. ଆଣ୍ଡ ପି.ଏନ୍.ଡି.ଟି ନିୟମର ସଠିକ୍ ପାଳନ ସକାଶେ ସଚେତନ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ରହିଥିବା ଡାଇଗ୍ନେସିସ୍ ସେଣ୍ଟର ଗୁଡିକରେ ଭୃଣ ଚିହ୍ନଟ ନିମନ୍ତେ ଜିଲ୍ଲାର ଲୋକେ ଯାଇପାରନ୍ତି ତେଣୁ ସଜାଗ ରହିବାକୁ ଜିଲ୍ଲାପାଳ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ଜଣାଇଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ମମତା ଯୋଜନାର ସଠିକ୍ ଅନୁପାଳନ କରିବା ବେଳେ ଅଙ୍ଗନୱାଡି କର୍ମୀ ମାନେ ସଜାଗ ରହିଲେ କନ୍ୟା ଭୃଣ ହତ୍ୟା କମିବ ଓ ଦେଶର ପୁଅ ମାନଙ୍କ ସଂଖ୍ୟା ସହିତ ଝିଅ ମାନଙ୍କର ସଂଖ୍ୟା ମଧ୍ୟରେ ସମାନ ଅନୁପାତ ହେବ । ସଚେତନତା ସକାଶେ ଏକ/ଦୁଇ ମିନିଟ୍ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜାତୀୟ ପରିବାର ସ୍ୱାସ୍ଥ୍ୟ ୨୦୧୯ ମସିହା ଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ କରିଥିବା ଜନ୍ମିତ ଶିଶୁ ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲା ପ୍ରତି ହଜାରେ ପୁରୁଷରେ ୮୦୧ ଝିଅ ଥିଲା ।

ବର୍ତ୍ତମାନର ସର୍ଭେ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟ ହେବା ଯୋଗୁଁ ସମ୍ପ୍ରତ୍ତି ପ୍ରତି ହଜାରେ ପୁଅରେ ୮୫୫ ଝିଅ ରହିଥିବା ରେକର୍ଡରୁ ସୂଚନା ମିଳିଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଡିସିପିଓ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସୂଚନା ଓ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ସ୍ବୱଚ୍ଛାସେବୀ ଅନୁଷ୍ଠାନର ସଭ୍ୟ ସଭ୍ୟ, ପ୍ରମୁଖ ଉପସ୍ଥିତ ରହିଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details