ବ୍ରହ୍ମପୁର: ହିଞ୍ଜିଳିକାଟୁରେ ଆରମ୍ଭ ହୋଇଯାଇଛି ରାଜ୍ୟ ଜୁନିଅର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଇଣ୍ଡୋର ଷ୍ଟାଡିୟମ ପରିସରରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଆସନ୍ତା ତିନି ଦିନ ଧରି ଟୁର୍ଣ୍ଣାମେଣ୍ଟ ଚାଲିବ । 19 ବର୍ଷରୁ କମ ବ୍ୟାଡମିଣ୍ଟନ ଖେଳାଳି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ପ୍ରଥମଥର ପାଇଁ ଏପରି ଏକ ଆୟୋଜିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟନ କଲେ ନରସିଂହ ମିଶ୍ର
ଜୁନିଅର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ରାଜ୍ୟର ପ୍ରାୟ 24 ଗୋଟି ଜିଲ୍ଲାର ପ୍ରତିଯୋଗୀ ମାନେ ଭାଗ ନେଇଥିବା ବେଳେ ବିଭିନ୍ନ ଜିଲ୍ଲାର ମହିଳା ପୁରୁଷ ବର୍ଗର ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଛନ୍ତି । ଏଥିରେ 109 ଜଣ ପୁରୁଷ ଏବଂ ମହିଳା ଖେଳାଳି ଭାଗ ନେଇଛନ୍ତି । ପୁରୁଷ ଏକକ, ପୁରୁଷ ଯୁଗଳ, ମହିଳା ଏକକ, ମହିଳା ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ଖେଳାଳି ମାନେ ଅଂଶଗ୍ରହଣ କରିବେ । ଆଗାମୀ ଦିନରେ ଜିଲ୍ଲାର କ୍ରୀଡାବିତ ମାନେ ଏହି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବା ନେଇ ସମସ୍ତେ ଆଶା ପ୍ରକଟ କରିଛନ୍ତି । ଏପରି ଏକ ଟୁର୍ଣ୍ଣାମେଣ୍ଟ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଯୋଗୁଁ ସ୍ଥାନୀୟ ଲୋକେ ବେଶ ଉତ୍ସାହିତ ଅଛନ୍ତି ।