ବ୍ରହ୍ମପୁର: ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ଏହା ପ୍ରତି କେହି ଦୃଷ୍ଟି ଦେଉନଥିବାରୁ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସର୍ବନିମ୍ନ ମଜୁରୀ ପାଇଁ ଆନ୍ଦୋଳନ ଜାରି ରଖିବ ସାଉଥକୋ ମିଟର ରିଡିଂ ସଂଘ - ସର୍ବନିମ୍ନ ମଜୁରୀ ପାଇଁ ଆନ୍ଦୋଳନ ଜାରି ରଖିବ ସାଉଥକୋ
ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ଏହା ପ୍ରତି କେହି ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ କହିଛି ।
![ସର୍ବନିମ୍ନ ମଜୁରୀ ପାଇଁ ଆନ୍ଦୋଳନ ଜାରି ରଖିବ ସାଉଥକୋ ମିଟର ରିଡିଂ ସଂଘ](https://etvbharatimages.akamaized.net/etvbharat/prod-images/768-512-4806633-thumbnail-3x2-southco.jpg)
ସାଉଥକୋ ୟୁଟିଲିଟିରେ ବିଭିନ୍ନ ଠିକାଦାରଙ୍କ ମାଧ୍ୟମରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ମିଟର ରିଡିଂ କର୍ମଚାରୀ କାମ କରୁଛନ୍ତି । ହେଲେ ଗତ କିଛି ମାସ ଧରି ଉଚିତ ପ୍ରାପ୍ୟ ପାଇ ପାରୁନଥିବାରୁ ଏହାକୁ ନେଇ ଶ୍ରମ ନିର୍ଦ୍ଦେଶାଳୟଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥିପାଇଁ ବାଧ୍ୟ ହୋଇ ଚଳିତମାସରେ ଦକ୍ଷିଣାଞ୍ଚଳର ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଆଦି ଅଞ୍ଚଳରେ ମିଟର ବିଲିଂ କରିନଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ