ବ୍ରହ୍ମପୁର:ସାଉଥ୍ କୋ ମିଟର ରିଡର୍ ଶ୍ରମିକ ସଂଘର ବିକ୍ଷୋଭ । ବିଭିନ୍ନ ଦାବିକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ଧରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିବା ଏହି ମିଟର ରିର୍ଡର କର୍ମଚାରୀମାନେ ନିଜର ଦାବିକୁ ଉପସ୍ଥାପନା କରି ଆସୁଥିବା ବେଳେ ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏହାର କର୍ମକର୍ତ୍ତାମାନେ ।
ତେବେ ମୁଖ୍ୟତଃ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ମିଟର ରିଡର୍ମାନଙ୍କ ସମସ୍ୟା ଅତି ସମ୍ବେଦନଶୀଳ ରହିଥିଲେ ମଧ୍ୟ ବାରମ୍ବାର ଏଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ ।
ସେହିପରି TPSODL କର୍ତ୍ତୃପକ୍ଷ ହେୟଜ୍ଞାନ କରି ଚାଲିଥିବା ନେଇ ସଂଘ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ଅବସରରେ ସଂଘର କର୍ତ୍ତୃପକ୍ଷ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ସହରର ହିଲପାଟଣାଠାରୁ ବାହାରି RDCଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।