ଓଡିଶା

odisha

ETV Bharat / state

6 ଦିନିଆ ସଟଡାଉନରେ ସୋରଡ଼ା ସହର, ପଦକ୍ଷେପକୁ ଲୋକଙ୍କ ସ୍ବାଗତ - corona news

କୋରୋନା ସଂକ୍ରମଣ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଏନଏସିକୁ ସଟଡାଉନ ଘୋଷଣା କଲା ପ୍ରଶାସନ। ଗତ ମଧ୍ୟରାତ୍ର ରୁ ଆସନ୍ତା 13 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ପୁରା ସୋରଡ଼ା ସହର ସଟଡାଉନ ରହିବ।

6 ଦିନିଆ ସଟଡାଉନରେ ସୋରଡ଼ା ସହର, ପଦକ୍ଷେପକୁ ଲୋକଙ୍କ ସ୍ବାଗତ
6 ଦିନି ସଟଡାଉନରେ ସୋରଡ଼ା ସହର, ପଦକ୍ଷେପକୁ ଲୋକଙ୍କ ସ୍ବାଗତ

By

Published : Jul 8, 2020, 10:33 AM IST

Updated : Jul 8, 2020, 12:31 PM IST

ଭଞ୍ଜନଗର: କୋରୋନା ସଂକ୍ରମଣ ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଏନଏସିକୁ ସଟଡାଉନ ଘୋଷଣା କଲା ପ୍ରଶାସନ। ଗତ ମଧ୍ୟରାତ୍ରରୁ ଆସନ୍ତା 13 ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ପୁରା ସୋରଡ଼ା ସହର ସଟଡାଉନ ରହିବ। ଗଳିକନ୍ଦିରେ ବାଉଁଶ ବ୍ୟାରିକେଡ କରାଯାଇଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ।

6 ଦିନିଆ ସଟଡାଉନରେ ସୋରଡ଼ା ସହର, ପଦକ୍ଷେପକୁ ଲୋକଙ୍କ ସ୍ବାଗତ

ସୋରଡ଼ା ସହରରେ 13 ଜଣ କୋରୋନା ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବାବେଳେ ସାଧାରଣ ଲୋକେ କିଛି ସ୍ୱାଗତ ଯୋଗ୍ୟ ପଦକ୍ଷେପ କହିଛନ୍ତି। ଏହାସହ ଆଉକିଛି ଲୋକେ ଏହାକୁ ନାପସନ୍ଦ କରିଛନ୍ତି। କୋରୋନା ପରିଚାଳନାରେ ତ୍ରୁଟି ରହୁଥିବା ଯୋଗୁଁ ଏହି ସଟଡାଉନ ର କିଛି ମୂଳ୍ୟନାହିଁ ବୋଲି ସେମାନେ କହିଛ।

ଅନ୍ୟପଟେ ସୋରଡ଼ା ସହରରେ 15 ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବାବେଳେ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ 6 ଦିନପାଇଁ ସଟଡାଉନ ଘୋଷଣା କରାଯାଇଥିବା ଏନଏସି ପକ୍ଷରୁ କୁହାଯାଇଛି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

Last Updated : Jul 8, 2020, 12:31 PM IST

ABOUT THE AUTHOR

...view details