ଭଞ୍ଜନଗର: ଜେଲରୁ ମୁକୁଳିଲେ ସୋରଡା ବିଜେପି ପ୍ରାର୍ଥୀ ନିଳମଣୀ ବିଷୋୟୀ । ଭଞ୍ଜନଗର କୋର୍ଟରୁ ତାଙ୍କୁ ଜାମିନ ମିଳିଛି । ଗତ 18 ତାରିଖ ଅର୍ଥାତ୍ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ଇଭିଏମ ଭଙ୍ଗା ଘଟଣାରେ ସେ ଗିରଫ ହୋଇଥିଲେ ।
ସୋରଡା ବିଜେପି ପ୍ରାର୍ଥୀ ନିଳମଣୀ ବିଷୋୟୀଙ୍କୁ ମିଳିଲା ଜାମିନ - nilamani
ଇଭିଏମ ଭଙ୍ଗା ଘଟଣାରେ ସଜ୍ଜା କାଟୁଥିବା ସୋରଡା ବିଜେପି ପ୍ରାର୍ଥୀ ନିଳମଣୀ ବିଷୋୟୀଙ୍କୁ ମିଳିଲା ଜାମିନ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
ଜେଲରୁ ମୁକୁଳିବା ପରେ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଗିରଫ କରାଯାଇଥିବା ନେଇ କହିଛନ୍ତି । ସୂଚନା ଅନୁଯାୟୀ, ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ରେଣ୍ଟି ଗ୍ରାମରେ ଇଭିଏମ ଭଙ୍ଗା ଘଟଣାକୁ ନେଇ ଜିଲ୍ଲାପାଳ ତାଙ୍କ ନାମରେ ଏତଲା ଦେଇଥିଲେ । ଏହାକୁ ନେଇ ତାଙ୍କୁ ଗିରଫ କରାଯାଇଥିଲା ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ