ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ବୁଲୁ ସାହୁ । ପୁଅ ହତ୍ୟା କରିବା ପରେ ତାଙ୍କୁ ହାତ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି ।
ସୂଚନା ମୁତାବକ, ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାର ସହ କଳହ କରୁଥିଲେ । କୌଣସି କାରଣରୁ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହାଫଳରେ ପୁଅ ରାଗିଯାଇ ବାପାଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ହାତକୁ ବାନ୍ଧି ପକାଇ ଦେଇଥିଲା ।