ଓଡିଶା

odisha

ETV Bharat / state

ବାପାର ମାଡ଼ରେ ଚାଲିଗଲା ଦିବ୍ୟାଙ୍ଗ ପୁଅର ଜୀବନ - ବାପାର ମାଡ଼ରେ ଚାଲିଗଲା ଦିବ୍ୟଙ୍ଗ ପୁଅର ଜୀବନ

ସରକାରୀ ଚାଉଳ ବଣ୍ଟାକୁ ନେଇ ବାପାର ମାଡ଼ରେ ଦିବ୍ୟାଙ୍ଗ ପୁଅର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

son-dead-by fathers slapped in ganjam District
ବାପାର ମାଡ଼ରେ ଚାଲିଗଲା ଦିବ୍ୟଙ୍ଗ ପୁଅର ଜୀବନ

By

Published : Jan 28, 2021, 8:23 PM IST

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଲମ୍ବ ଗ୍ରାମରେ ବାପା ମାଡ଼ରେ ପୁଅର ମୃତ୍ୟୁ । ଘଟଣାରୁ ପ୍ରକାଶ ଯେ, ମା' ନାମରେ ଗୋଟିଏ ରାସନ କାର୍ଡ ରହିଥିଲା । ଆଜି(ଗୁରୁବାର) ରାସନ ଆଣିବା ପାଇଁ ଯାଇଥିବା ପୁଅ ଅନିଲ ପ୍ରଧାନ ଓ ବାପା ବନମାଳି ପ୍ରଧାନ ମଧ୍ୟରେ ରାସନ ସାମଗ୍ରୀକୁ ଭାଗ ବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା ।

ବାପାର ମାଡ଼ରେ ଚାଲିଗଲା ଦିବ୍ୟଙ୍ଗ ପୁଅର ଜୀବନ

ଉତ୍ୟକ୍ତ ହୋଇ ବାପା ନିଜ ଜନ୍ମ କଲା ଦିବ୍ୟାଙ୍ଗ ପୁଅକୁ ମାଡ଼ ମାରିଥିଲା । କିଛି ସମୟ ପରେ ପୁଅର ମୃତ୍ୟୁ ହୋଇଛି । ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ବାପାକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

ABOUT THE AUTHOR

...view details