ଓଡିଶା

odisha

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ

ପୂର୍ବ ଶତୃତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମର ଟୁକୁନା ସ୍ବାଇଁ ନାମକ ଯୁବକଙ୍କୁ ତାଙ୍କ ଘର ଗ୍ରିଲରେ ବିଦ୍ୟୁତ୍ ତାର ସଂଯୋଗ କରାଯାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ।

By

Published : Jul 26, 2019, 12:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ

ଗଞ୍ଜାମ:ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଟୁକୁନା ସ୍ବାଇଁ ନାମକ ଯୁବକଙ୍କ ଗ୍ରିଲରେ ବିଦ୍ୟୁତ୍ ତାର କାଟି ସଂଯୋଗ କରାଯାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଞ୍ଜାମ

ଗତ ଗୁରୁବାର ରାତିରେ କେହି ଟୁକୁନାଙ୍କୁ ହତ୍ୟା ଉଦ୍ୟମ କରି ତାଙ୍କ ଘର ଗ୍ରିଲରେ ବିଦ୍ୟୁତ୍ ତାର କାଟି ସଂଯୋଗ କରିଥିବା ବେଳେ ଶୁକ୍ରବାର ସକାଳେ ଟୁକୁନା ଘରକୁ ତାଲା ଖୋଲିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଛିଟିକି ପଡ଼ିଥିଲେ । ଏହାପରେ ଟୁକୁନା ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍ ବିଭାଗକୁ ଫୋନ୍ କରିଥିଲେ । ତୁରନ୍ତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଆସି ପୋଲରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଥିଲେ । ତେବେ ଏହି ଘଟଣା ଜଣାପଡିବା ପରେ ଟୁକୁନାଙ୍କ ଘରେ ଗ୍ରାମବାସୀ ରୁଣ୍ଡ ହୋଇ ଯାଇଥିଲେ ।

ତେବେ ଏନେଇ ଟୁକୁନା କହିଛନ୍ତି, ତାଙ୍କ ବାପା କାମରାଜ ସ୍ବାଇଁ ଝାଡ଼ବନ୍ଧ ପଞ୍ଚାୟତର ନ୍ୟାୟ ସରପଞ୍ଚ ଥିବାବେଳେ ରାଜନୈତିକ ଶତ୍ରୁତା କାରଣରୁ ପୂର୍ବରୁ ମଧ୍ୟ କେହି ଦୋକାନ କ୍ୟାବିନ ପୋଡିବା ସହ ଗୋରୁ ହଳକୁ ଚୋରି କରି ନେଇଯାଇଛନ୍ତି । ଏପଟେ ଭାଗ୍ୟବଶତଃ ଟୁକୁନା ଚପଲ ପିନ୍ଧିଥିବାରୁ ସେ ମୃତ୍ୟୁମୁଖରୁ ବଞ୍ଚିଯାଇଥିବା ନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀ କହିଛନ୍ତି ।

ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details