ଓଡିଶା

odisha

ETV Bharat / state

ସିଲ୍କସିଟିରେ ଦେବଦମ୍ପତିଙ୍କ ଶୀତଳଷଷ୍ଠୀ ଯାତ୍ରା - ରେଶମ ସହର ବ୍ରହ୍ମପୁର

ଶୀତଳଷଷ୍ଠୀ ଯାତ୍ରାରେ ଝୁମିଲା ରେଶମ ସହର ବ୍ରହ୍ମପୁର । ଏହି ଉତ୍ସବରେ ସାମିଲ ହେବାକୁ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

ଶୀତଳଷଷ୍ଠୀ ଯାତ୍ରାରେ ଝୁମିଲା ରେଶମ ସହର ବ୍ରହ୍ମପୁର
ଶୀତଳଷଷ୍ଠୀ ଯାତ୍ରାରେ ଝୁମିଲା ରେଶମ ସହର ବ୍ରହ୍ମପୁର

By

Published : May 25, 2023, 9:27 PM IST

ଶୀତଳଷଷ୍ଠୀ ଯାତ୍ରାରେ ଝୁମିଲା ରେଶମ ସହର ବ୍ରହ୍ମପୁର

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ରହିଥିବା ବିଭିନ୍ନ ଶୈବ ପୀଠରେ ଆୟୋଜିତ ହୋଇଯାଇଛି ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ଏହି ଉତ୍ସବରେ ସାମିଲ ହେବାକୁ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତେକ ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତୀର୍ଥୀରେ ଦେବଦମ୍ପତି ହରହର ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଶୁଭ ବିବାହ ଉତ୍ସବକୁ ନେଇ ସମସ୍ତ ଶୈବପୀଠ ହୋଇଉଠିଥାଏ ଚଳଚଞ୍ଚଳ ।

ଆଉ ଏହି ଅବସରରେ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଭଗବାନ ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁସହରର କପିଳେଶ୍ୱର ମହାଦେବ ମନ୍ଦିର, ନୀଳକଣ୍ଠେଶ୍ୱର ମହାବେବ ମନ୍ଦିର, ଗୋଷାଣିନୂଆଗାଁ ସ୍ଥିତ ଉତ୍ତରେଶ୍ୱର ମହାଦେବ ମନ୍ଦିର, କମାପଲ୍ଲୀ ସ୍ଥିତ ବୈଦ୍ୟନାଥେଶ୍ୱର ମନ୍ଦିର, ବିଜିପୁର ସ୍ବପ୍ନେଶ୍ୱର, ଦଳୁଆସାହି ମୁକେଶ୍ୱର ମନ୍ଦିର, ନୂଆ ବସଷ୍ଟାଣ୍ଟ ରୋଡରେ ରହିଥିବା ଗୋକର୍ଣ୍ଣେଶ୍ୱର ମନ୍ଦିର, ପୁରୁଣା ବ୍ରହ୍ମପୁରର ବାଲୁଙ୍କେଶ୍ୱର ମହାଦେବ, ବିଦ୍ୟୁତକୋଲେନୀ ସ୍ଥିତ ମୁକ୍ତେଶ୍ୱର ମନ୍ଦିର, ଖଜୁରିଆରୋଡ ସ୍ଥିତ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ଭଳି ସହରର ସମସ୍ତ ପ୍ରମୁଖ ଶୈବ ପୀଠରେ ଯଥାରୀତି ଅନୁଯାୟୀ ପାଳିତ ହୋଇଥିଲା ଦେବଦମ୍ପତ୍ତିଙ୍କର ବିବାହ ଉତ୍ସବ ।

ପ୍ରତେକ ସ୍ଥାନରେ ସନ୍ଧ୍ୟା ସମୟରେ ମହାଦେବଙ୍କୁ ସୁସଜ୍ଜିତ ରଥରେ ବର ବେଶରେ ସଜ୍ଜିତ କରାଯାଇ ବାଜା ପଟୁଆରେରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରାଯିବା ପରେ ବିବାହ ନୀତି ସମ୍ପର୍ଣ୍ଣ କରାଯାଇଥିଲା । ଏହି ଅବସରରେ ବର ପିତାମାତା ଏବଂ କନ୍ୟା ପିତାମାତା ଭାବରେ ଅନେକ ପରିବାର ସାମିଲ ହେବା ସହିତ ପବିତ୍ର ଏହି ଅବସରରେ ଭଗବାନଙ୍କ କୃପା ଲାଭ କରିଥିଲେ ।

ଶୀତଳଷଷ୍ଠୀ: ବିବାହର ପରଦିନକୁ ଶୀତଳଷଷ୍ଠୀ କୁହାଯାଏ । ଏହି ଦିନ ବାବା ଭୋଳା ମାତାଙ୍କୁ ତାଙ୍କ ପିତାଙ୍କ ଘରୁ ମନ୍ଦିରକୁ ଫେରେଇ ନିଅନ୍ତି । ନଗର ପରିକ୍ରମା ସହିତ ପୁଣି ମାତା ପାର୍ବତୀ ଏବଂ ଭଗବାନ ଶିବ ଗୌରିଶଙ୍କର ମନ୍ଦିରକୁ ଆସିଥାନ୍ତି | ତେବେ ବରଗଡରେ ତିନି ଦିନ ଧରି ଚାଲିଥିବା ଏହି ଶୀତଳ ଷଷ୍ଠୀ ଯାତ୍ରାର ଆଜି ଶେଷ ଦିନ ହୋଇଛି । ମୁଖ୍ୟତଃ ଆମ ରାଜ୍ୟରେ ସମ୍ୱଲପୁରରେ ଶିତଳଷଷ୍ଠୀ ଯାତ୍ରା ଅବସରରେ ପାରମ୍ପାରିକ ରୀତିନୀତିରେ ଆୟୋଜିତ ହୋଉଥିବା ବେଳେ ସେଠାରେ ଅନେକ ପୂଜାର୍ଚ୍ଚନା ସହିତ ଚିତାକର୍ଷକ କାର୍ଯ୍ୟକ୍ରମକୁ ଦେଖିବାକୁ ସାରା ରାଜ୍ୟରୁ ହଜାର ହଜାର ଭକ୍ତଙ୍କ ସାମାଗମ ହୋଇଥାଏ । ମାତ୍ର ଆଜିକାଲି ପ୍ରତ୍ୟେକ ଶିବ ମନ୍ଦିରରେ ବେଶ ଆଡମ୍ବର ସହକାରେ ମତା ଏବଂ ହରହର ମାହାଦେବଙ୍କ ବିବାହ କାର୍ଯ୍ୟ ସହ ଶୀତଳ ଷଷ୍ଠୀ ଧୁମଧାମରେ ପାଳନ କରାଯାଉଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details