ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁର ଠାରେ ବିଜେପି ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନଗରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି ।
ଏଥିସହ ଶୋକସଭାରେ ଉପସ୍ଥିତ ଦଳର କାର୍ଯ୍ୟକର୍ତ୍ତା ମାନେ ଦିବଙ୍ଗତ ନେତା ଅରୁଣ ଜେଟଲୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ସ୍ମୃତିଚାରଣ କରିଥିଲେ ।