ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏନଏସିରେ ଜଣେ ବ୍ୟବସାୟୀଙ୍କ କୋରୋନାରେ ମୃତ୍ୟୁ ମଧ୍ୟ ହୋଇଛି । ଏହାକୁ ନଜରରେ ରଖି ବୁଧବାର ସକାଳ 6ଟା ଠାରୁ ଆସନ୍ତା ଶନିବାର ସକାଳ 6ଟା ପର୍ଯ୍ୟନ୍ତ କବିସୂର୍ଯ୍ୟନଗରକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ ।
କବିସୂର୍ଯ୍ୟନଗର ଏନଏସିର 1, 3, 13 ନମ୍ବର ୱାର୍ଡର ରାଧାକୃଷ୍ଣ ସାହି, ତନ୍ତି ସାହି, ବଢ଼େଇ ସାହିକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କଲା ଏନଏସି l