ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଯାଇଥିବା ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ନାବଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି । ସ୍ଥାନୀୟ କେଶପୁର ନିକଟସ୍ଥ ନାରାୟଣୀ ପେଟ୍ରୋଲ ପମ୍ପ ପରିସରରେ ଗତ ୨୧ ତାରିଖ ରାତି ୯ଟା ୩୦ ସମୟରେ କେତେକ ଦୁର୍ବୁତ୍ତ ସ୍ଥାନୀୟ ଅଞ୍ଚଳର ଯୁବକ ଶଙ୍କର ପାହାନଙ୍କୁ ପିଟିପିଟି ହତ୍ୟା କରିଥିଲେ ।
ହତ୍ୟାକାଣ୍ଡର ସଂପୂର୍ଣ୍ଣ ଚିତ୍ର ପେଟ୍ରୋଲ ପମ୍ପ ପରିସରରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଶେଷରେ ପୋଲିସ ଏହି ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଥିବା ରାମଚନ୍ଦ୍ରପୁର ଗ୍ରାମରେ ବବୁଲ୍ ସାହୁ ସମେତ ଜଣେ ନାବାଳକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ହତ୍ୟାକାଣ୍ତରେ ବ୍ୟବହୃତ ହୋଇଥିବା ଟିଭିଏସ୍ ଆପାଚି ବାଇକ ଜବତ କରିଛି ।