ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପୋଲିସ ଜରଡାଥାନା ଅନ୍ତର୍ଗତ ବଇରବାଡ ଗ୍ରାମର ୧୨ ଗୋଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ନିବେଦ କରିଛନ୍ତି । ଗ୍ରାମରେ ରହିଥିବା ଏକ ନାଳ ଉପରେ ସିମେଣ୍ଟ ପ୍ଲେଟ ପକାଇବାକୁ କେନ୍ଦ୍ର କରି ରଜକ କୂଳର 12ଟି ପରିବାରକୁ ସମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...କୋରୋନା ପଜିଟିଭ ଚିହ୍ନଟ ପରେ ସାମାଜିକ ବାସନ୍ଦ ଅଭିଯୋଗ, ପ୍ରତିବାଦରେ ରାସ୍ତାରୋକ
ପୋଖରୀକୁ ବାରଣ କରିବା ସହିତ ଗ୍ରାମର କାହାର ଭୋଜି କିମ୍ୱା କୌଣସି କାର୍ଯ୍ୟରେ ସାମିଲ ହେବାକୁ ବାରଣ କରାଯାଇଛି । ବାସନ୍ଦ ପରିବାର ସହିତ ସମ୍ପର୍କ ନରଖିବାକୁ କୁହାଯାଉଛି । ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଗ୍ରାମର ଏହି ବାସନ୍ଦ ପରିବାର ସହିତ ନମିଶିବାକୁ କୁହାଯାଉଥିବା ବେଳେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟକୁ ନଛାଡିବାକୁ କୁହାଯାଉଥିବା ନେଇ ବଇରବାଡ ଗ୍ରାମର ବାସନ୍ଦ ପରିବାରର ଜଣେ ସଦସ୍ୟ ଟଙ୍କଧର ସେଠୀ ଲିଖିତ ଭାବରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରିଛନ୍ତି 12 ପରିବାର । ଏଥିପ୍ରତି ତୁରନ୍ତ ଗୁରୁତ୍ୱ ଦେବାକୁ ଦାବି କରାଯାଇଛି ।