ଓଡିଶା

odisha

By

Published : May 25, 2022, 7:39 AM IST

Updated : May 25, 2022, 1:31 PM IST

ETV Bharat / state

WB Tourist Bus Overturns: କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ, 6 ମୃତ 20ରୁ ଊର୍ଦ୍ଧ୍ବ ଆହତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ । ଦାରିଙ୍ଗବାଡିରୁ ଫେରୁଥିବାବେଳେ ବସ ବ୍ରେକ ପାଇପ ଫାଟିଯିବାରୁ ରାତି 12ଟାରେ ଏହି ଅଘଟଣ ଘଟିଛି । ଅଧିକ ପଢନ୍ତୁ

କଳିଙ୍ଗା ଘାଟିରେ ଓଲଟିଲା ବସ
କଳିଙ୍ଗା ଘାଟିରେ ଓଲଟିଲା ବସ

ବ୍ରହ୍ମପୁର:ଘରୁ କେତେ ଖୁସିରେ ବୁଲି ବାହାରି ଥିଲେ । ହେଲେ କିଏ ଜାଣିଥିବା ଆଉ କେବେ ଘରକୁ ଫେରିବେ ନାହିଁ । କଳିଙ୍ଗା ଘାଟି କାଳ ସାଜିଲା ।ଜିଲ୍ଲା ଭଞ୍ଜନଗର କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ । ଦାରିଙ୍ଗବାଡିରୁ ଫେରୁଥିବାବେଳେ ବସ ବ୍ରେକ ପାଇପ ଫାଟିଯିବାରୁ ରାତି 12ଟାରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 20ରୁ ଅଧିକ ଆହତ ହୋଇଛନ୍ତି । ଡ୍ରାଇଭରକୁ ମିଶାଇ ବସ୍‌ରେ 77 ଜଣ ଯାତ୍ରୀ ଥିଲେ ।

କଳିଙ୍ଗା ଘାଟିରେ ଓଲଟିଲା ଟୁରିଷ୍ଟ ବସ

ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡା ଉଦନପୁରର । ସମସ୍ତ ଆହତଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ହାଇଡ୍ରା ମେସିନ ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ହାଓ୍ଵାଡା ଜିଲ୍ଲା ଉଦନପୁର ଥାନା ଅଞ୍ଚଳର ସମସ୍ତ ଟୁରିଷ୍ଟ ଦାରିଙ୍ଗବାଡି ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ଫେରୁଥିବା ସମୟରେ କଳିଙ୍ଗାଘାଟିର ମଧ୍ୟ ଭାଗରେ ବସର ବ୍ରେକ ପାଇପ ଫାଟିଯିବା ଯୋଗୁଁ ଏ ଭୟଙ୍କର ଦୁର୍ଘଟଣା ଘଟିଛି ।

ଦାରିଙ୍ଗିବାଡିରୁ ଫେରୁଥିବା ବେଳେ ମଧ୍ୟରାତ୍ରିରେ ଅଘଟଣ ଘଟିଛି । ହାଇଡ୍ରା ମେସିନ ମାଧ୍ୟମରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଭଞ୍ଜନଗର ମେଡିକାଲ ପରେ ବ୍ରହ୍ମପୁର ଏମ୍.କେ.ସି.ଜି କୁ ସ୍ଥାନାନ୍ତରିତ କରାଯାଇଛି । ଭଞ୍ଜନଗର ଓ ଜି.ଉଦୟଗିରି ପୋଲିସଙ୍କ ସହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ମୃତକ ମାନେ ହେଲେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲାର ଉଦୟ ନାରାୟଣପୁର ଜିଲ୍ଲାର ସୁଲତାନପୁର ଗ୍ରାମର ୩୩ ବର୍ଷୀୟା ସୁପ୍ରିୟା ଡେନେର , ୩୪ ବର୍ଷୀୟ ସଞ୍ଜିତ ପାତ୍ର ,୨୨ ବର୍ଷୀୟ ରିମା ଡିନେର, ୪୦ ବର୍ଷୀୟ ମୌସୁମୀ ଡିନେର, ୩୪ ବର୍ଷୀୟ ବାରନାଲି ମାନା ଏବଂ ସାଙ୍ଗରେ ଆସିଥିବା ରୋଷେୟାର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା କୁହାଯାଇଛି ।

ଭୟଙ୍କର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାରିଙ୍ଗବାଡି କଳିଙ୍ଗା ଘାଟି ନିକଟରେ ପର୍ଯ୍ୟଟକ ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନି ହୋଇଥିବା ଖବର ବିଷୟରେ ଜାଣି ଦୁଃଖିତ ବୋଲି କହିଛନ୍ତି ନବୀନ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 25, 2022, 1:31 PM IST

ABOUT THE AUTHOR

...view details