ଓଡିଶା

odisha

ETV Bharat / state

ବଣଭୋଜି ଚାଲିଥିବା ବେଳେ ଫୁଟିଲା ଗୁଳି, 3 ଆହତ - ବଣଭୋଜିରେ ଗୁଳିକାଣ୍ଡ

Firing in Ganjam: ଭୋଜି କରୁଥିବା ବେଳେ ଗଣ୍ଡଗୋଳ । ସମାଧାନ କରୁଥିବା ସମୟରେ ଗୁଳିମାଡ ହେବାରୁ କେନ୍ଦୁବାଡି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଗୁରୁତର ଆହତ । ଅଧିକ ପଢନ୍ତୁ

ବଣଭୋଜିରେ ଗୁଳିକାଣ୍ଡ
firing in ganjam

By ETV Bharat Odisha Team

Published : Jan 11, 2024, 12:06 PM IST

Updated : Jan 11, 2024, 12:23 PM IST

ବ୍ରହ୍ମପୁର:ବଣଭୋଜି ଚାଲିଥିବା ବେଳେ ଫୁଟିଲା ଗୁଳି । ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଗୁଳିମାଡର ଶିକାର ହେଲେ ସମିତି ସଭ୍ୟ । ଏହି ଗୁଳିକାଣ୍ଡ ଘଟଣାରେ 3 ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧିନ ଗରେଇଝୁଳି ଗ୍ରାମରେ । କେନ୍ଦୁବାଡି ଗ୍ରାମ ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁଙ୍କ ଦେହରେ ଗୁଳି ବାଜିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଦୁଇ ଆହତ ହେଉଛନ୍ତି ଯୋଗାଣ ସହାୟକ ରାଜେଶ୍ବର ସ୍ୱାଇଁ ଓ ଜଣେ ସ୍ଥାନୀୟ ବାସିନ୍ଦା । ବୁଧବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଗୁଳିମାଡ: ପୂର୍ବତନ ସ୍ତ୍ରୀର ପ୍ରେମିକକୁ ଗୁଳି କରି ସ୍ବାମୀ ଫେରାର୍

ମିଳିଥିବା ସୂଚନା ଅନୁଯାଯୀ, ଗରେଇଝୁଳି ଗାଁର ଏକ ଇଟାଭାଟି ନିକଟରେ ବୁଧବାର କିଛି ଯୁବକ ଭୋଜି କରୁଥିଲେ । କୌଣସି କାରଣକୁ ନେଇ ପରସ୍ପର ମଧ୍ୟରେ କଥା କଟାକଟି ପରେ ଗଣ୍ଡଗୋଳ ହୋଇଥିଲା । ଯାହା ପର ମୁହୂର୍ତ୍ତରେ ଉଗ୍ରରୂପ ଧାରଣା କରିଥିଲା । ଏନେଇ ଖବର ପାଇ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ, ଯୋଗାଣ ସହାୟକ ରାଜେଶ୍ବର ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳର ସମାଧାନ କରୁଥିଲେ । ଏହି ସମୟରେ ସମିତି ସଭ୍ୟଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମିତିସଭ୍ୟ ଓ ଯୋଗାଣ ସହାୟକଙ୍କୁ ପ୍ରଥମେ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ଚିକିତ୍ସା ପରେ ସମିତିସଭ୍ୟ ଗୁରୁତର ରହିଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ୟୁପି- ବିହାର ପରି ଭୁବନେଶ୍ୱରରେ ବନ୍ଧୁକରାଜ: ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼

ଏହା ମଧ୍ୟ ପଢନ୍ତୁ-ଅନୁଗୋଳରେ ଘରେ ପଶି ଯୁବକଙ୍କୁ ଗୁଳି କରି ହତ୍ୟା

ଏନେଇ ଖବର ପାଇ ବୁଗୁଡା ଥାନା ପୋଲିସ ଓ ପୋଲସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । କିଏ ଏହି ଗୁଳିକାଣ୍ଡ ଘଟାଇଲା ସେନେଇ ପୋଲିସ ତଦନ୍ତ କରୁଛି । ତେବେ ଭୋଜି ଚାଲୁଥିବା ସମୟରେ କେଉଁ କରାଣକୁ ନେଇ ବଚସା ହୋଇଥିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି । କେନ୍ଦୁବାଡି ଗ୍ରାମ ପଞ୍ଚାୟତର ସମିତିସଭ୍ୟଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିଛି ସେନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇନାହିଁ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 11, 2024, 12:23 PM IST

ABOUT THE AUTHOR

...view details