ଭଞ୍ଜନଗର:ଗଞ୍ଜାମ ଜିଲ୍ଲାସୋରଡା ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ନେଇ ଜଣାପଡିଛି । ଗଞ୍ଜାମ ଜିଲ୍ଲା ସୋରଡା ଥାନା ଘଷିପଡା ନିକଟରେ ଏହି ଘଟଣା ଘଟିଛି । ତେବେ ମୃତକମାନେ ହେଲେ ରାଧାକୃଷ୍ଣପୁର ଗ୍ରାମର ବୁଲୁ ସ୍ବାଇଁ,ପିଲି ମଲ୍ଲିକ ଅନ୍ୟଜଣେ ଦୁଲାଡ ଛକର ଭାଗିରଥି ମୁଳି । ସେହିପରି ଗୁରତର ଜଣକ ହେଲେ ଭଗବାନ ପୁର ଗ୍ରାମର ପ୍ରତାପ ଗୌଡ଼ ବୋଲି ଜଣାପଡିଛି ।
ଦୁଇ ବାଇକ ମୁହାଁମୁହିଁ ଧକ୍କା, ଲିଭିଗଲା 3 ଜୀବନ ଦୀପ - ମର୍ମନ୍ତୁଦ ସଡକ ଦୁର୍ଘଟଣା
ଗଞ୍ଜାମ ଜିଲ୍ଲା ସୋରଡା ଥାନା ଘଷିପଡା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଭାଗିରଥି ଓ ପ୍ରତାପ କାମ ସାରି ବାଇକ ଯୋଗେ ସୋରଡାରୁ ଘରକୁ ଫେରୁଥିବା ବେଳେ ବିପରୀତ ପଟୁ ଦାରିଙ୍ଗବାଡିରୁ ରାଧାକୃଷ୍ଣପୁର ଗ୍ରାମର ପିଲି ଓ ବୁଲୁ ଆସୁଥିଲେ । ସେହି ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତେବେ ସେଠାରେ ଡାକ୍ତର ଆଉ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।
ଇଟିଭି ଭାରତ, ଭଞ୍ଜନଗର