ଓଡିଶା

odisha

ETV Bharat / state

ବାରାହା ଆକ୍ରମଣରେ 7 ଆହତ

ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ଚନ୍ଦ୍ରମଣିପୁର ଗ୍ରାମରେ ବାରାହା ଆକ୍ରମଣରେ ସାତ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ...

By

Published : Mar 5, 2021, 7:23 AM IST

ବାରାହା ଆକ୍ରମଣରେ ସାତ ଆହତ
ବାରାହା ଆକ୍ରମଣରେ ସାତ ଆହତ

ବ୍ରହ୍ମପୁର: ବାରାହା ଆକ୍ରମଣରେ ସାତଜଣ ଆହତ । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ଚନ୍ଦ୍ରମଣିପୁର ଗ୍ରାମରେ ଘଟିଛି ଏପରି ଘଟଣା । ଆହତ ସାତଜଣଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ବାରାହା ଆକ୍ରମଣ

ସୂଚନାଅନୁସାରେ, ସକାଳୁ ଗାଁର କିଛି ଲୋକ ନିଜ ନିଜ ଚାଷ ଜମିକୁ ମୁଗ ଆଣିବା ପାଇଁ ଯାଇଥିଲେ । ଏହି ସମୟରେ କିଛି ବାରାହା ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା । ବାରାହା ଆକ୍ରମଣ ଫଳରେ ଜମିକୁ ଯାଇଥିଲା ସାତ ଜଣ ଲୋକ ଆହତ ହୋଇଛନ୍ତି ।

ଆହତ ହୋଇଥିବା ସମସ୍ତ ସାତଜଣ ହେଲେ,ଜୀବନ ଗୌଡ,ସୂର୍ଯ୍ୟ ଗୌଡ,ଶନ୍ତ ବାରିକ,ସୁସୁଲା ଗୌଡ, ସୁଶିଳା ସ୍ବାଇଁ ,ଜୟନ୍ତୀ ଜେନା,ପ୍ରିୟଙ୍କା ବିଷୋୟୀ । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେମାନଙ୍କ ମଧ୍ୟରୁ ଗୁରୁତର ହୋଇଥିବା ତିନିଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗତ କିଛି ଦିନ ହେବ ବାରାହା ଫସଲ ନଷ୍ଟ କରୁଥିବା ନେଇ ଲୋକ ଚିନ୍ତାରେ ଥିବା ବେଳେ ଲୋକଙ୍କ ଉପରେ ଏପରି ବାରାହା ଆକ୍ରମଣରେ ସ୍ଥାନୀୟ ଲୋକ ଏକ ପ୍ରକାର ଭୟଭୀତ ହୋଇ ପଡିଥିବା କହିଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details