ଓଡିଶା

odisha

ETV Bharat / state

ବିଜେପିର ଅଭିଯୋଗ, ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ଦିଗପହଣ୍ଡିରେ ଗଲାଣି ପାଞ୍ଚ ଜୀବନ - ବିଜେଡି ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲା ବିଜେପି

ତୋଫାନ ଗୌଡ ହତ୍ୟାକାଣ୍ଡ ନେଇ ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେଡିରେ ଗୋଷ୍ଠୀ କନ୍ଦଳ ଯୋଗୁଁ ହୋଇଛି ଏହି ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

bjp leader uttam panigrahi press meet
bjp leader uttam panigrahi press meet

By

Published : Apr 4, 2023, 12:19 PM IST

bjp leader uttam panigrahi press meet

ବ୍ରହ୍ମପୁର: ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜେଡି ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲା ବିଜେପି । ଏଠାରେ ବିଜେଡି ନେତାଙ୍କ ମଧ୍ୟରେ ରହିଛି ଗୋଷ୍ଠୀ କନ୍ଦଳ । ଦିଗପହଣ୍ଡିରେ ବର୍ତ୍ତମାନର ବିଧାୟକଙ୍କ ପୁଅ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମଧ୍ୟରେ ରହିଛି ଗୋଷ୍ଠୀକନ୍ଦଳ । ଯେଉଁଥି ପାଇଁ ଗତ ପଞ୍ଚାୟତ ନିର୍ବାଚନ ପର ଠାରୁ ଏଠାରେ 5 ଜଣଙ୍କ ଜୀବନ ଗଲାଣି । ନିକଟରେ ସହଦେବ ଟିକରପଡା ଗ୍ରାମରେ ତୋଫାନ ଗୌଡ ହତ୍ୟାକାଣ୍ଡ ରାଜନୈତିକ ଶତ୍ରୁତା ବା ଗୋଷ୍ଠୀ କନ୍ଦଳ ଯୋଗୁଁ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ହତ୍ୟାକାରୀଙ୍କୁ ଗିରଫ କରାଯାଇ ନାହିଁ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀ । ଏଭଳି ଗୋଷ୍ଠୀ କନ୍ଦଳ ଯୋଗୁଁ ନିର୍ବାଚନ ମଣ୍ଡଳୀର ପ୍ରତେକ ଗ୍ରାମରେ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିବା ମଧ୍ୟ କହିଛନ୍ତି ସେ ।

ମିଳିଥିବା ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୨୪ ତାରିଖରେ ସହଦେବ ଟିକରପଡା ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ତୋଫାନ ଗୌଡ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏ ସଂକ୍ରାନ୍ତରେ କେ. ନୂଆଗାଁ ଥାନା ପୋଲିସ ଉଭୟ ଗୋଷ୍ଠୀର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତୋଫାନ ହତ୍ୟା ମାମଲାରେ ପୋଲିସ ମୁଖ୍ୟ ହତ୍ୟାକାରୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ଇଂ.ଉତ୍ତମ ପାଣିଗ୍ରାହୀ । ଉକ୍ତ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ମାନେ ଖୋଲାଖୋଲି ଭାବରେ ବୁଲୁଥିବା ଯୋଗୁଁ ସେମାନଙ୍କୁ ଗିରଫ ନ କଲେ ଗ୍ରାମବାସୀ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ।

ଏପରିକି ଘଟଣା ଦିନ ତୋଫାନର ସାନ ଭାଇ ଭୀମ ଗୌଡକୁ ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ତାର ମୁହଁରେ ୧୪ଟି ଷ୍ଟିଚ୍ ପଡିଛି । ତାଙ୍କୁ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିବାରୁ ଏହା ଏକ ସୁନିଶ୍ଚିତ ଷଡଯନ୍ତ୍ର ଓ ରାଜନୈତିକ ଗୋଷ୍ଠୀକନ୍ଦଳ ଜନିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଏଣୁ ଏଭଳି ଘଟଣା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ବାରମ୍ୱାର ଘଟୁଥିବା ଯୋଗୁଁ ମୁଖ୍ୟ ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଯାଉନାହିଁ । ଏହି ହତ୍ୟା ଘଟଣାରେ ୫ରୁ ୬ ଜଣ ପୁରୁଷ ଏବଂ ପାଞ୍ଚ ଜଣ ମହିଳା ସଂପୃକ୍ତ ରହିଥିବାରୁ ସେଥିରୁ ମାତ୍ର ଚାରି ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ମାନଙ୍କୁ କେବେ ଗିରଫ କରାଯିବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍ତମ । ଏଭଳି ଘଟଣା ପରେ ଗ୍ରାମରେ ଅଶାନ୍ତି ବାତାବରଣ ରହିଥିବାରୁ ଏହାକୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details