ଓଡିଶା

odisha

ETV Bharat / state

ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ନିଧନ: କେନ୍ଦ୍ରମନ୍ତ୍ରୀ ଓ ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ - ନନ୍ଦକିଶୋର ସାହୁଙ୍କ ବିୟୋଗ

ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନ ସଂଘ ଓ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ନନ୍ଦକିଶୋର ସାହୁଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଅଧିକ ପଢନ୍ତୁ

ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ନିଧନ: କେନ୍ଦ୍ରମନ୍ତ୍ରୀ ଓ ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ
ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ନିଧନ: କେନ୍ଦ୍ରମନ୍ତ୍ରୀ ଓ ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ

By

Published : Jun 27, 2022, 8:45 PM IST

ବ୍ରହ୍ମପୁର: ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ଭାରତୀୟ ଜନ ସଂଘ ଓ ବିଜେପିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ନନ୍ଦକିଶୋର ସାହୁଙ୍କ ବିୟୋଗକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ସହରର ଗାନ୍ଧୀନଗରସ୍ଥିତ ବାସଭବନରେ ୭୮ ବର୍ଷ ବୟସରେ ନନ୍ଦକିଶୋରଙ୍କ ବିୟୋଗ ଘଟିଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଆଜି(ସୋମବାର) ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଶୋକ ବାର୍ତ୍ତାରେ, ଦଳ ଜଣେ ଦକ୍ଷ ଓ ଅନୁଭବୀ ନେତାଙ୍କୁ ହରାଇଲା ବୋଲି ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ ମତ୍ସ୍ୟ ନିଗମର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋରଙ୍କ ନିଧନ: କେନ୍ଦ୍ରମନ୍ତ୍ରୀ ଓ ଆନ୍ଧ୍ର ରାଜ୍ୟପାଳଙ୍କ ଶୋକ

ସଂଘ ପରିବାରରୁ ଆସି ଜନସଂଘରେ ଯୋଗ ଦେଇଥିବା ସ୍ବର୍ଗତ ସାହୁ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ପରେ ସ୍ବର୍ଗତ ସାହୁ ଗଞ୍ଜାମ ଜିଲ୍ଲା ବିଜେପିର ପ୍ରଥମ ସଭାପତି ହେଇଥିଲେ । ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ୍ କରିବାରେ ତାଙ୍କର ଆଜୀବନ ଭୂମିକା ଅତୁଳନୀୟ । ସେ ଜଣେ ଶୃଙ୍ଖଳିତ ରାଜନେତା ଭାବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ପରିଚିତ ।

ଏପରିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ବେଳେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଗତ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍ ଯୋଗେ ସ୍ବର୍ଗତ ନନ୍ଦକିଶୋର ସାହୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଦଳୀୟ ସଂଗଠନ ଉପରେ ଆଲୋଚନା କରିଥିବା ଜଣାଯାଏ । ସ୍ବର୍ଗତ ସାହୁ ଜଣେ ମିଷ୍ଟଭାଷୀ, ପରୋପକାରୀ, ସରଳ, ନମ୍ର ଏବଂ ଶାନ୍ତ ସ୍ବଭାବର ବ୍ୟକ୍ତିତ୍ବ ଥିଲେ । ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details