ବ୍ରହ୍ମପୁର: ଦେଶରେ ବିଜ୍ଞାନ ସର୍ବଜନ ହିତାୟ ହେଉ । ସର୍ବଦା ତଥ୍ୟ ଭିତ୍ତିକ ଓ ଜନସ୍ବାର୍ଥରେ ନୀତି ପ୍ରଣୟନ କରିବା ପାଇଁ ଚେଷ୍ଟା ହେଉ । ସମଗ୍ର ବିଶ୍ବରେ ବିଜ୍ଞାନୀ ସଂମ୍ପ୍ରଦାୟଙ୍କ ଏହି ନିବେଦନ । ତେବେ ଏହି ସ୍ବର ସହିତ ସ୍ବର ମିଳାଇ ବ୍ରହ୍ମପୁର ଠାରେ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ପକ୍ଷରୁ ଶୋଭାଯାତ୍ରା ସହ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ବୈଜ୍ଞାନିକ ମନୋବୃତ୍ତି, ମାନବୀୟ ମୂଲ୍ୟବୋଧ ପାଇଁ ସ୍ବତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ଦାବି ହୋଇଛି । ଏତିସହିତ ଅନୁସନ୍ଧିଶୁ ଭାବରେ ବିକାଶ ପାଇଁ ସଂଶ୍ଲିଷ୍ଟ ସମ୍ବିଧାନର ଧାରା ୫୧(ଏ) ଅନୁଯାୟୀ କାର୍ଯ୍ୟ ହେଉ । ସମସ୍ତ ଅବୈଜ୍ଞାନିକ ଚିନ୍ତାଧାରା ରପ୍ରସାର ଉପରେ ନିଷେଧାଦେଶ ଜାରି କରିବାକୁ ମଧ୍ୟ ଦାବି ହୋଇଛି । ଶିକ୍ଷା ପାଇଁ କେନ୍ଦ୍ରୀୟ ବଜେଟରେ ଅନ୍ୟୁନ୍ୟ ୧୦ ପ୍ରତିଶତ ଓ ରାଜ୍ୟ ବଜେଟର ଅନ୍ୟୁନ ୩୦ ପ୍ରତିଶତ ବ୍ୟୟ ବରାଦ କରାଯିବାକୁ ଜୋର ଦିଆଯାଇଛି ।