ଭଞ୍ଜନଗର: ସ୍କୁଲରେ ଭୂତ ଭୟ । ଆତଙ୍କିତ ପିଲାଏ । ଗତ 7ଦିନ ଧରି ଏପରି ଭୟଭୀତ ସ୍କୁଲ ଛାତ୍ରୀ । ଯାହାକୁ ନେଇ ଶିକ୍ଷୟତ୍ରୀ ଓ ଅଭିଭାବକ ମହଲରେ ଖେଳିଯାଇଛି ଆତଙ୍କ । ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ବୁଗୁଡା ବ୍ଲକର ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ।
ସ୍କୁଲରେ ପ୍ରି-ଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷାର ପ୍ରଥମ ଦିନରୁ ହିଁ ଭୂତ ପଶିବା ଘଟଣା ଚହଳ ପକାଇଛି । ବେହୋସ ହେବାରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଆଉ ବେହୋସ ଛାତ୍ରୀଙ୍କୁ ପଚାରିଲେ କହୁଛନ୍ତି ଆତ୍ମହତ୍ୟା କରିଥିବା ଜନୈକ ଛାତ୍ରୀ ସେମାନଙ୍କୁ ଡାକୁଛି । ଗୋଟିଏ ପରେ ଗୋଟିଏ ଛାତ୍ରୀଙ୍କ ଅବସ୍ଥା ଏପରି ହେବା ପରେ ଶିକ୍ଷୟତ୍ରୀ ମଧ୍ୟ ଭୂତ ଭୟକୁ ସ୍ବୀକାର କରିଛନ୍ତି । ଆଉ ସେପଟେ, ପରିବାର ଲୋକେ ଝଡାଫୁଙ୍କାର ସାହାଯ୍ୟ ନେଉଥିବା ଅଭିଯୋଗ ହୋଇଛି ।