ଭଞ୍ଜନଗର:ସରପଞ୍ଚ ହେବ ତ ଏମିତି । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାରୀ ଅର୍ଥ ନୁହଁ ବରଂ ନିଜ ଅର୍ଜିତ ଅର୍ଥକୁ ଲଗାଇଲେ କାମରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଲୁଣୀପଡ଼ା ଶାସନ ପଞ୍ଚାୟତରେ ପୋଖରିରେ ଗାଧୋଇବାକୁ ନେଇ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସରପଞ୍ଚ ବାବୁ ।
ପଞ୍ଚାୟତର ହରିଜନ ସାହିରେ ବସବାସ କରନ୍ତି ତିରିଶି ପରିବାର, ହେଲେ ପଞ୍ଚାୟତରେ ଥିବା ବଡବନ୍ଧରେ ସେମାନଙ୍କୁ ଗାଧୋଇବାକୁ ସବର୍ଣ୍ଣ ଲୋକମାନେ ବାରଣ କରୁଥିଲେ । ଫଳରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳ ହୁଏ । ଏନେଇ ଲୁଣୀପଡ଼ା ଶାସନ ପଞ୍ଚାୟତର ସରପଞ୍ଚଙ୍କୁ ଜଣାଇବା ପରେ ତାଙ୍କ ସହଯୋଗରେ ଗ୍ରାମରେ ଥିବା ଏକ ପରିତ୍ୟକ୍ତ ପୋଖରୀକୁ ସଫାକରି ତାର ପୁନଃରୁଦ୍ଧାର କରିବାକୁ ଅଣ୍ଟାଭିଡିଛନ୍ତି ସାହିବାସିନ୍ଦା ।