ଓଡିଶା

odisha

By

Published : May 15, 2020, 12:41 PM IST

ETV Bharat / state

ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ, ପଞ୍ଚାୟତରେ 48 ଘଣ୍ଟିଆ ସଟଡାଉନ

କୋରୋନା ସଂକ୍ରମଣକୁ ରୋକିବାକୁ ଯାଇ ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ । କାଦୁଆ ଗ୍ରାମ ପଞ୍ଚାୟତକୁ କଲେ 48 ଘଣ୍ଟା ପାଇଁ ସଟଡାଉନ ।

jagannath prasad block corona update
ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଲକର କାଦୁଆ ଗ୍ରାମ ପଞ୍ଚାୟତକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ ବିଚିତ୍ର କୁମାର ନାୟକ । ସାରା ଦେଶ କରୋନା ମହାମାରୀ କବଳରେ ଥିବାବେଳେ କରୋନାକୁ ପ୍ରତିରୋଧ କରିବା ପାଇଁ ସରକାରଙ୍କ ପ୍ରଦତ୍ତ ଜିଲ୍ଲାପାଳ କ୍ଷମତାକୁ ବ୍ୟବହାର କରିଛନ୍ତି ସରପଞ୍ଚ ।

ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ

ଏହିକ୍ରମରେ ଆଜି 7 ଘଣ୍ଟାରୁ ଆଗମୀ 48 ଘଣ୍ଟା ପର୍ଯ୍ୟନ୍ତ ସାରା ପଞ୍ଚାୟତ ସଟଡାଉନ ରହିବା ସହ ପୁରା ପଞ୍ଚାୟତକୁ ସାନିଟାଇଜ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ ଦିନକୁ ଦିନ କୋରୋନା ସଂଙ୍କ୍ରମିତଙ୍କ ସଂଖ୍ୟା ବଢୁଛି । ବହୁ ମାତ୍ରାରେ ପ୍ରବାସୀ ଓଡିଆ ଆସି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ କ୍ବାରାଣ୍ଟାଇନ ରହୁଛନ୍ତି । ତେଣୁ ଅଞ୍ଚଳକୁ ସଂକ୍ରମଣ ଦାଉରୁ ରକ୍ଷା କରିବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ।

କାଦୁଆ ଗ୍ରାମ ପଞ୍ଚାୟତର 16ଟି ଗ୍ରାମ ଥିବାବେଳେ 6ଟି କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଛି । ସେଥିମଧ୍ୟରୁ ଗୋଟିଏ ରେ 41 ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି । ସେହିଭଳି ଆଗାମୀ ଦିନରେ ଆହୁରି ପ୍ରବାସୀ ଓଡ଼ିଆ ପହଞ୍ଚିବେ । ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି । ଅନ୍ୟପଟେ ସଟଡାଉନକୁ ଅଞ୍ଚଳବାସୀ ସମର୍ଥନ କରୁଥିବାବେଳେ କିଛି ବ୍ୟବସାୟୀ ଏହାର ଆବଶ୍ୟକତା ନଥିବା କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ କୁମାର ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details