ଭଞ୍ଜନଗର: ପୁଣି ଆଉ ଜଣେ କରୋନା ଯାଦ୍ଧାଙ୍କ ପରଲୋକ । କୋରୋନା ଯୋଦ୍ଧା ଜଣଙ୍କ ହେଉଛନ୍ତି ଧୁମୁଛାଇ ଗ୍ରାମପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ । ମୃତ୍ୟୁ ପରେ ତାଙ୍କୁ ପ୍ରଶାସନ ତରଫରୁ ଗାର୍ଡ୍ ଅଫ୍ ଅନର୍ ଦ୍ବାର ସମ୍ମାନୀତ କରାଯାଇ ମୃତଦେହ ସଂସ୍କାର କରାଯାଇଛି ।
ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ସରପଞ୍ଚ ମାନଙ୍କ ମଧ୍ୟରୁ ଧୁମୁଛାଇ ପଞ୍ଚାୟତ ସରପଞ୍ଚ ମନୋଜ କୁମାର ପ୍ରଧାନ ଥିଲେ ଅନ୍ୟତମ ଯୋଦ୍ଧା । ତାଙ୍କର କାର୍ଯ୍ୟ ଦକ୍ଷତାକୁ ଆଖି ଆଗରେ ରଖି ଆଜି ପର୍ଯ୍ୟନ୍ତ ଧୁମୁଚ୍ଛାଇ ପଞ୍ଚାୟତରେ ପ୍ରବାସି ମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ଚାଲୁଛି । କେବଳ କୋଭିଡର କାର୍ଯ୍ୟକ୍ରମକୁ ସେ ଠିକ୍ ଭାବେ ତୁଲାଉଥିଲେ ତାହାନୁହେଁ ।ପଞ୍ଚାୟତର ସରପଞ୍ଚ ହିସାବରେ ସମସ୍ତଙ୍କ ସୁଖ ଦୁଃଖ ର ସାଥି ହୋଇଥିଲେ। ପ୍ରତ୍ୟେକ ଲୋକଙ୍କର ସେ ଜଣେ ପ୍ରିୟପାତ୍ର ଅଟନ୍ତି । ତାଙ୍କର ଏହିପରି ଦୁଃଖଦ ଖବର ସୁଣି ସମ୍ପୂର୍ଣ୍ଣ ପଞ୍ଚାୟତ ବାସୀ ମର୍ମାହତ । କିଛି ଦିନ ପୂର୍ବରୁ ତାଙ୍କୁ ସାଧାରଣ ଜ୍ବର ଓ ଖାସ ହୋଇଥିଲା । ଏହା ଥଣ୍ଡାଜନିତ ଜ୍ବର ଭାବି କିଛି ଔଷଧା ଖାଇ ନିଜ କୋଭିଡ୍ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଦିନକୁ ଦିନ ରୋଗ ବଢିବାରେ ଲାଗିଲା । ଗତକାଲି ଗୁରୁତର ହୋଇପଡିବାରୁ ତାଙ୍କୁ ତୁରନ୍ତ ଭଞ୍ଜନଗର ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ନମୁନା ସଂଗ୍ରହ କରି କୋଭିଡ୍ ଟେଷ୍ଟ୍ ପାଇଁ ପଠାଯାଇଛି । ତାର କିଛି ସମୟପରେ ଅର୍ଥାତ୍ ଗତକାଲି ବିଳମ୍ବତ ରାତିରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ । ତାଙ୍କ ଶରୀରଙ୍କୁ ଆଜି ସକାଳେ ବ୍ୟବଚ୍ଛେଦ କରାଯାଇ ଥିଲା ।