ଓଡିଶା

odisha

ETV Bharat / state

ରାତି ପାହିଲେ ବଡଦିନ; ବାଲୁକା କଳାରେ ସାନ୍ତା, ମାସ୍କ ପିନ୍ଧିବା ବାର୍ତ୍ତାଦେଲେ ବାଲୁକା ଶିଳ୍ପୀ - ମାସ୍କ ପିନ୍ଧିବା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ରାତି ପାହିଲେ ବଡ ଦିନ । ବ୍ରହ୍ମପୁରର ଜଣେ ବାଲୁକା ଶିଳ୍ପୀ ବାଲୁକା କଳାରେ ବଡ ଦିନର ଶୁଭେଚ୍ଛା ଜଣାଇବା ସହିତ ମାସ୍କ ପିନ୍ଧିବାକୁ ବାର୍ତ୍ତା ଦେଇଛନ୍ତି । ଅଧିକ ପଢନ୍ତୁ

ବାଲୁକା କଳାରେ ସାନ୍ତା ପ୍ରସ୍ତୁତ ମାସ୍କ ପିନ୍ଧିବା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ
ବାଲୁକା କଳାରେ ସାନ୍ତା ପ୍ରସ୍ତୁତ ମାସ୍କ ପିନ୍ଧିବା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

By

Published : Dec 24, 2022, 10:19 PM IST

ରାତି ପାହିଲେ ବଡ ଦିନ, ବାଲୁକା କଳାରେ ସାନ୍ତା ପ୍ରସ୍ତୁତ ମାସ୍କ ପିନ୍ଧିବା ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ

ବ୍ରହ୍ମପୁର:ବାଲୁକା କଳାର ସାନ୍ତା କ୍ଳଜ ପ୍ରସ୍ତୁତ କରି ମାସ୍କ ପିନ୍ଧିବାର ବାର୍ତ୍ତା ଦେଲେ ବ୍ରୁହ୍ମପୁରର ବାଲୁକା ଶିଳ୍ପୀ । ରାତି ପାହିଲେ ବଡ ଦିନ । ବଡ ଦିନରୁ ଆରମ୍ଭ ହୋଇଥାଏ ନୂଆ ବର୍ଷର ପ୍ରସ୍ତୁତି । ଦୋକାନ ବଜାର ସବୁଆଡେ ଆସର ଜମିଥାଏ । ସେପଟେ କୋରନାର ଭୟବହତା ପୁଣି ଥରେ କଡ ଲେଉଟାଇଛି । ତେଣୁ ବ୍ରହ୍ମପୁରର ଜଣେ ବାଲୁକା ଶିଳ୍ପୀ ବଡ ଦିନର ଶୁଭେଚ୍ଛା ଜଣାଇବା ସହିତ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ପୁଣି ଫେରିଛି କରୋନା । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତ । ଏନେଇ ବାଲୁକା କଳାରେ ସାନ୍ତା କ୍ଳଜ ପ୍ରସ୍ତୁତ କରି ବଡ଼ଦିନ ପାଳନ ପୂର୍ବରୁ ଅଭିନନ୍ଦନ ଜଣାଇବା ସହ ମାସ୍କ ପିନ୍ଧିବାର ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁର ସହରର ଯୁବ ବାଲୁକା ଶିଳ୍ପୀ ସତ୍ୟ ମହାରଣା । କୋରୋନା ପୁଣି ଫେରିଥିବାରୁ ପୁଣିଥରେ ସମସ୍ତେ ସଜାଗ ହେବା ମାସ୍କ ପିନ୍ଧିବା, ଜନ ଗହଳି ସ୍ଥାନକୁ ଯିବା ନାହିଁ ବୋଲି ସେ କହିଛନ୍ତି । ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ବାଲୁକା କଳା କୃତି ମଧ୍ୟରେ ସଚେତନତାର ବାର୍ତ୍ତା ଦେଇଛନ୍ତି ।

ଆସନ୍ତାକାଲି ( ରବିବାର ) ପବିତ୍ର ବଡ ଦିନ । ମଧ୍ୟରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଆଉ ଏହିଦିନକୁ ଖାସକରି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଠାରେ ବେଶ ଚଳଚଞ୍ଚଳ ଦେଖିବାକୁ ମିଳିଥାଏ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରାଷ୍ଟମାସ ବା ବଡଦିନ ଉତ୍ସବ ପାଳନ କରାଯାଏ । ବଡଦିନ ହେଉଚି ଖୁସି ଏବଂ ପ୍ରେମର ପ୍ରତୀକ । ବଡଦିନକୁ ନେଇ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଚର୍ଚ୍ଚରେ ଯାଇ ସାମୁହିକ ପ୍ରାର୍ଥନା କରି ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ଦେଇଥାନ୍ତି ।

ସେପଟେ କରୋନାର ନୂଆ ଭେରିଏଣ୍ଟ ନେଇ ଦେଶରେ ଚିନ୍ତା ବଢିଛି । ଦେଶରେ BF.7 ଆକ୍ରାନ୍ତ ଚିହ୍ନଟ ପରେ ଏବେ ଚିନ୍ତାର ବିଷୟ ପାଲଟିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ତେଣୁ ଭିଡ଼କୁ ନ ଯିବା ଓ ମାସ୍କ ପିନ୍ଧିବାକୁ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details