ବ୍ରହ୍ମପୁର : କିଛି ସମୟ ପାଇଁ ଆସିଲା ହେଲେ ଦେଇଗଲା ସବୁଦିନ ପାଇଁ ଦଃଖ । ଭାଙ୍ଗିଦେଇଗଲା ଅସୁମାରୀ ଆଶା । ଶେଷରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘରଟିକକୁ ବି ଉଜାଡି ଦେଇଗଲା ବାତ୍ଯା 'ଫନି' । ସବୁଠି ଖେଳାଇଦେଇ ଗଲା ଧ୍ବଂସର ଲୀଲା । ଅନେକ ଲୋକଙ୍କୁ କରିଦେଇଛି ଅସହାୟ । ଏହି ଅସହାୟ ମାନଙ୍କୁ ସହାୟତାର ହାତ ବଢାଇବା ଲାଗି ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ସହାୟତା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ବାଲୁକାକଳାରେ 'ଫନି' କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ମାଗିଲେ ଶିଳ୍ପୀ - donating
କିଛି ସମୟ ପାଇଁ ଆସିଲା ହେଲେ ଦେଇଗଲା ସବୁଦିନ ପାଇଁ ଦୁଃଖ । ଭାଙ୍ଗି ଦେଇଗଲା ଅସୁମାରୀ ଆଶା । ଶେଷରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘରଟିକକୁ ବି ଉଜାଡି ଦେଇଗଲା 'ଫନି' । ଏହି ଅସହାୟ ମାନଙ୍କୁ ସହାୟତାର ହାତ ବଢାଇବା ଲାଗି ସ୍ୟାଣ୍ଡ ଆନିମେସନ୍ ମାଧ୍ୟମରେ ବାର୍ତ୍ତା ବାଣ୍ଟିଛନ୍ତି ବାଲୁକାଶିଳ୍ପୀ ସତ୍ୟ ମହାରଣା ।
ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର
ତିନି ତାରିଖରେ ତାଣ୍ଡବ ରଚିଥିବା ଫନି ବ୍ରହ୍ମପୁର ସମେତ ଗଞ୍ଜାମର ଅନେକ ବାସୀନ୍ଦାକୁ କରିଦେଇଛି ବାସହରା । ଚାଳଘର ଠାରୁ ଆରମ୍ଭ କରି ପକ୍କା ଘର ପର୍ଯ୍ୟନ୍ତ ସବୁ କିଛି କରିଦେଇଛି ଚୁରମାର୍ । ଜିଲ୍ଲାରେ ଅନେକ ଗଛ ଉପୁଡିପଡିବା ସହ ବିଦ୍ୟୁତ ଖୁଣ୍ଟମାନ ଭାଙ୍ଗି ପଡିଛି । ସହରରୁ ଆରମ୍ଭ କରି ଗାଁ ସବୁଠି ହୋଇଛି ଅପୂରଣୀୟ କ୍ଷୟକ୍ଷତି ।
ପୁରୀରୁ ସମୀର କୁମାର ଆଟାର୍ଯ୍ୟ, ଇଟିଭି ଭାରତ