ବ୍ରହ୍ମପୁର: ଆଜି ବିଶ୍ବ ରେଡିଓ ଦିବସ । ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖକୁ ରେଡିଓ ଦିବସ ରୂପେ ପାଳନ କରାଯାଏ । ଏହି ଅବସରରେ ରେଡିଓର ଗୁରୁତ୍ବ ସମ୍ପର୍କରେ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣାଙ୍କ ପକ୍ଷରୁ ପ୍ରଦର୍ଶିତ କରିଛନ୍ତି ସୁନ୍ଦର ସ୍ୟାଣ୍ଡ ଆନିଭେସନ୍ ।
ରେଡିଓ ଦିବସରେ ମାର୍କୋନିଙ୍କୁ ମନେ ପକାଇଲେ ବାଲୁକାଶିଳ୍ପୀ ସତ୍ୟ ମହାରଣା - world radio day
ରେଡିଓ ଦିବସ ଅବସରରେ ଜନ ସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟ ମହାରଣାଙ୍କ ପକ୍ଷରୁ ପ୍ରଦର୍ଶିତ କରିଛନ୍ତି ସୁନ୍ଦର ସ୍ୟାଣ୍ଡ ଆନିଭେସନ୍ ।
ବିଶ୍ବ ରେଡିଓ ଦିବସ: ମାର୍କୋନିଙ୍କୁ ମନେ ପକାଇଲେ ବାଲୁକାଶିଳ୍ପୀ ସତ୍ୟ ମହାରଣା
ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ହେବା ପରେ ସାରା ବିଶ୍ବରେ ଏହାକୁ ପାଳନ କରାଯାଉଛି । ଦଶନ୍ଧି ଦଶନ୍ଧି ଧରି ଶ୍ରୋତାଙ୍କୁ ବାନ୍ଧି ରଖି ପାରିଥିବା ରେଡିଓ, ବର୍ତ୍ତମାନ ସମୟରେ ଇଣ୍ଟରନେଟର ବହୁଳ ବ୍ୟବହାର ଫଳରେ ଟିକେ ପଛରେ ପଡିଯାଇଛି ସତ କିନ୍ତୁ ତାର ମୌଳିକତା ହରାଇ ନାହିଁ । ଆଜିବି ସନ୍ଧ୍ୟା ହେଲେ ନିପଟ ଗାଁର କେଉଁ ମାଟି ନଡା ଛପର ଘରୁ ଭାସି ଆସୁଛି ସେହି ଆକାଶ ବାଣୀର ସ୍ବର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ