ଓଡିଶା

odisha

ନାହିଁ କୋରୋନାକୁ ଖାତିର: ସବୁଜ ବାହିନୀର ରକ୍ତଦାନ ଶିବିର

By

Published : May 2, 2021, 10:34 PM IST

କୋରୋନା କାଳରେ ଆୟୋଜିତ ହେଲା ରକ୍ତଦାନ ଶିବିର । ବ୍ରହ୍ମପୁର ସବୁଜ ବାହିନୀ ଉଦ୍ୟମରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ‘‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ’’ ନାମରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ନାହିଁ କୋରୋନାକୁ ଖାତିର: ସବୁଜ ବାହିନୀର ରକ୍ତଦାନ ଶିବିର
ନାହିଁ କୋରୋନାକୁ ଖାତିର: ସବୁଜ ବାହିନୀର ରକ୍ତଦାନ ଶିବିର

ବ୍ରହ୍ମପୁର: କୋରୋନା କାଳରେ ଆୟୋଜିତ ହେଲା ରକ୍ତଦାନ ଶିବିର । ବ୍ରହ୍ମପୁର ସବୁଜ ବାହିନୀ ଉଦ୍ୟମରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ‘‘ଆସନ୍ତୁ ଗଢିବା ରକ୍ତ ସମ୍ପର୍କ’’ ନାମରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ୧୭ ଜଣ ରକ୍ତଦାତା ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ ।

ନାହିଁ କୋରୋନାକୁ ଖାତିର: ସବୁଜ ବାହିନୀର ରକ୍ତଦାନ ଶିବିର

ବର୍ଷ ତମାମ ସବୁଜ ବାହିନୀ ତରଫରୁ ଏଭଳି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋରୋନା ମହାମାରୀ ମଧ୍ୟରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ସହ ରକ୍ତଦାନ କରିବା ଉପରେ ଜନସଚେତନତା କରିବା । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସମସ୍ତ ସଦସ୍ୟ ରକ୍ତ ଦାନ କରିଥିଲେ ।

କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସହ ସମ୍ପାଦକ ଏ. ପ୍ରକାଶ , ସନିଆ ଗୌଡ଼, ଅଜୟ ଭନମଲି, ଶିବଶଙ୍କର ବିଶ୍ଵାଳ, ନରେଶ ଆଚାରୀ, ସୁଶାନ୍ତ ପାତ୍ର, କେ. ସୁଶୀଲ କୁମାର ଏବଂ ସମସ୍ତ ସଦସ୍ୟ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରକ୍ତ ଭଣ୍ଡାରର କର୍ମକର୍ତ୍ତା ମାନେ ଏହାର ପରିଚାଳନ୍ନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details